ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଛାତିରେ ସଂକ୍ରମଣ ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି

puja26

ନୂଆଦିଲ୍ଲୀ: ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ । ଛାତିରେ ସଂକ୍ରମଣ ଯୋଗୁଁ ନୂଆଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି ସନ୍ଧ୍ୟାରେ ତାଙ୍କୁ ଡାକ୍ତରଖାନାରେ ଆଡମିଟ୍ କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ଏବଂ ସେ ଡାକ୍ତରୀ ଦଳର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଛନ୍ତି ।

୯୮ ବର୍ଷୀୟ ଏହି ବରିଷ୍ଠ ନେତାଙ୍କୁ ପଲମୋନାରୀ ବିଭାଗରେ ତାଙ୍କର ଚିକିତ୍ସା ଚାଲିଛି । ହସ୍ପିଟାଲ ହସ୍ପିଟାଲରେ ଭର୍ତ୍ତି ହେବାର ପ୍ରାୟ ଏକ ସପ୍ତାହ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ସ୍ଥିତ ଆଡଭାନୀଙ୍କ ବାସଭବନକୁ ଯାଇ ତାଙ୍କୁ ସାକ୍ଷାତ କରିଥିଲେ । ସରକାରଙ୍କ ମୁଖ୍ୟ ଭାବରେ ୨୫ ବର୍ଷ ସମ୍ପୂର୍ଣ୍ଣ କରିବା ଅବସରରେ ପିଏମ ମୋଦୀ ଆଡଭାନୀଙ୍କ ଆଶୀର୍ବାଦ ନେଇଥିଲେ । ଚଳିତ ବର୍ଷ ମେ ମାସରେ ମଧ୍ୟ ବୟସ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ଆଡଭାନୀଙ୍କୁ ଏହି ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ କିଛି ଦିନର ପରୀକ୍ଷା ନିରୀକ୍ଷା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା ।

ad-week
Leave A Reply

Your email address will not be published.