ହିମାଚଳ ପ୍ରଦେଶରେ ୪.୧ ତୀବ୍ରତାର ଭୂକମ୍ପ

puja26

ହିମାଚଳ: ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା । ଆଜି ସକାଳୁ ସକାଳୁ ଭୂକମ୍ପରେ ଥରି ଉଠିଲା ଧରିତ୍ରୀ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୧ ରେକର୍ଡ କରାଯାଇଛି । ସକାଳ ୪ଟା ୩୭ ମିନିଟ୍‌ରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଭୂକମ୍ପର ଝଟକା ଅନୁଭବ କରି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା ।

ସୂଚନା ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଶିମଲା ଥିବା ବେଳେ ଏହାର ଗଭୀରତା ଭୂପୃଷ୍ଠଠାରୁ ୧୦ କିଲୋମିଟର ତଳେ ରହିଥିଲା । ଫଳରେ ଶିମଲା ଓ ସୋଲନ୍‌ ଅଞ୍ଚଳରେ ଏହାର ପ୍ରଭାବ ଅଧିକ ଅନୁଭୂତ ହୋଇଥିଲା । ରାଜ୍ୟର ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ହାଲୁକା ଝଟକା ଅନୁଭବ ହୋଇଥିବା ଜଣାପଡ଼ିଛି । ସକାଳୁ ଅଧିକାଂଶ ଲୋକ ଶୋଇଥିବା ସମୟରେ ଭୂକମ୍ପ ହୋଇଥିବାରୁ ହଠାତ୍‌ ଝଟକା ଅନୁଭବ କରି କିଛି ଲୋକ ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ ।

ତେବେ ଏହି ଭୂକମ୍ପ ଯୋଗୁଁ କୌଣସି ଧନଜୀବନ କ୍ଷତି ହୋଇଥିବା ଖବର ଏପର୍ଯ୍ୟନ୍ତ ମିଳିନାହିଁ । ହିମାଚଳ ପ୍ରଦେଶ ଏକ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଏଠାରେ ଭୂକମ୍ପର ପ୍ରଭାବକୁ ନେଇ ସତର୍କତା ଅବଲମ୍ବନ କରିବା ଜରୁରୀ । ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ଧରଣର କ୍ଷୟକ୍ଷତିର ସୂଚନା ନଥିବାରୁ ଆଶ୍ୱସ୍ତି ପ୍ରକାଶ ପାଇଛି । ତଥାପି ଭୂକମ୍ପ ସମ୍ପର୍କିତ ଅଧିକ ତଥ୍ୟ ଓ ସ୍ଥିତି ଉପରେ ନଜର ରଖାଯାଇଛି ।

ad-week
Leave A Reply

Your email address will not be published.