
ହିିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଵ୍ଳକ ଅନ୍ତର୍ଗତ ସାରୁ ଗ୍ରାମପଚାଁୟତ ସାରୁ ଛକ ନିକଟ ବୈଷ୍ଟବ ଵନ୍ଧ ଶରଧାପୁର ନୁଆ ରୋଡ ନିକଟ ଜମି ରେ ଥିବା ଏକ କୁକୁଡା ଫାର୍ମରେ ନିଅଁ ଲାଗି ଯିବାରୁ ହିଞ୍ଜିଳି ଅଚଁଳର ଟୁଟୁ ମୁନିଙ୍କ ଙ୍କ କୁକୁଡା ଫାର୍ମ ପୋଡ଼ି ନଷ୍ଟ ହୋଈଯାଇଛି ।ସୋମବାର ରାତ୍ର ୮ ଘଣ୍ଟା ୩୦ ମି ସମୟରେ କେଉଁ ଦୁର୍ଵୁର୍ତ ନିଆଁ ଲଗାଇଥୀବା ଅନୁମାନ କରାଯାଉଛି । ଶୁଖିଲା କାଠ ବାଉଶଁ ଓ ନଡା ପାଳ ଛପର ଘର ଯୋଗୁଁ ନ୍ରିଆଁ ପ୍ରଖର ବେଗେରେ ବ୍ୟାପି ଯାଇଥିଲା । ଫାର୍ମ ମଧ୍ୟରେ ଥିବା ୧୨ ଶହରୁ ଊର୍ଦ୍ଧ୍ବ କୁକୁଡା ସହ ଲକ୍ଷାଧିକ ଟଙ୍କାର ଆସଵା ପତ୍ର ପୋଡି ପାଉଁଶ ହୋଇଯାଇଥିଲା। ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ସମ୍ପତ୍ତି ସମ୍ପୁର୍ଣ୍ଣ ପୋଡ଼ି ଛାରଖାର ହୋଇଥିବା ଜଣାପଡିଛି ।ଏହା ଦେଖି ପଥ ଚାରି ପୋଲିସ ଓ ହିଞ୍ଜିଳି ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଚିଁ ନିଆଁକୁ ଆୟତ କରିଥିଲେ ।ଇତି ମଧ୍ୟରେ କୁକୁଡା ଫାର୍ମ ପୋଡ଼ି ନଷ୍ଟ ହୋଇଯିବା ସହ ଆଖ ପାଖ ଜମି ବଡ଼ ଦୁର୍ଘଟଣାରୁ ବର୍ତିଯାଇଥିଲେ ।ସଠିକ ସମୟରେ ଅଗ୍ନିଶମ ବିଭାଗ କର୍ମଚାରୀ ନିଆଁକୁ ଆୟତ କରିବାରୁ ନିଆଁ ଆଖ ପାଖ ଜମି ଵଚିଂଯାଈଥିଲା। ସାଧାରଣଜନତା ହିଞ୍ଜିଳି ଅଗ୍ନିଶମ ବିଭାଗ ଅଧିକାରୀ ଗୈାତମ କୁମାର ସାହୁ ଓ ଅଗ୍ନିଣଶମ ବିଭାଗର ସମସ୍ତ କର୍ମଚାରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଅନ୍ୟପକ୍ଷରେ କ୍ଷୟକ୍ଷତି ର ଆକଳନ କରାଯାଇ ଟୁଟୁ ମୁନିଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି।
