ରାୟଗଡ଼ା ଟିକିରି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଶିକ୍ଷକ ପ୍ରଶିକ୍ଷକ କର୍ମଶାଳା ଅନୁଷ୍ଠିତ

add-all

ରାୟଗଡ଼ା : (୧୫/୦୨) ରାୟଗଡ଼ା ଜିଲ୍ଲା, କାଶିପୁର ବ୍ଲକସ୍ଥିତ ଟିକିରି ସରସ୍ଵତୀ ଶିଶୁ ମନ୍ଦିର ଠାରେ ସ°କୁଳ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କର୍ମଶାଳାଟି ଗତ ୧୧ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍କଳ ଆଲୁମିନାର ସି.ଏସ୍.ଆର୍, ଜି.ଏମ୍ ଡକ୍ଟର ଲୋପାମୁଦ୍ରା ପ୍ରିୟଦର୍ଶିନୀ ଯୋଗଦେଇ ଦୀପ ପ୍ରଜ୍ବଳନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ସ°କୁଳର ୫ଟି ବିଦ୍ୟାଳୟ ଯଥା ରାୟଗଡ଼ାର ଗାୟତ୍ରୀ ନଗର, ଆର୍.କେ.ନଗର, ଜେ.କେ.ପୁର୍, ଟିକିରି ଓ କାଶିପୁରର ମୋଟ ୯୪ ଜଣ ଗୁରୁଜୀ, ଗୁରୁମା(ପ୍ରଧାନ ଆଚାର୍ଯ୍ୟଙ୍କ ସହ) ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ ଓ ୧୧ ଜଣ ଗୁରୁଜୀ, ଗୁରୁମା ପ୍ରଶିକ୍ଷକ ଭାବେ ଶିକ୍ଷା ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମଟି ଟିକିରି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରଘୁନାଥ ବେହେରା ଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। ସେହିପରି ଦ୍ଵିତୀୟ ଦିନ ଟିକିରି ଲ୍ୟାମ୍ପ୍ ର ଏମ୍.ଡି. ଶ୍ରୀ ସୁଶାନ୍ତ କୁମାର ଷଡ଼ଙ୍ଗୀ ଦୀପ ପ୍ରଜ୍ବଳନ କରିଥିଲେ |
ସମାରୋପ ଉତ୍ସବ ରେ ଶିକ୍ଷା ବିକାଶ ସମିତି ଓଡିଶା, ଦକ୍ଷିଣ ସମ୍ଭାଗର ସଭାପତି ଶ୍ରୀ ରୂପସିଂ ରାଉତ, ରାୟଗଡ଼ା ସ°କୁଳ ପ୍ରମୁଖ ଶ୍ରୀ ଜୟଦେବ ସିଠ, ଜିଲ୍ଲା ପ୍ରମୁଖ ଶ୍ରୀ ଆନନ୍ଦ ଚୈ!ଧୁରୀ ଓ ଜିଲ୍ଲା ସହ ପ୍ରମୁଖ ଶ୍ରୀ ନରେନ୍ଦ୍ର ନାଏକ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳତା ପୂର୍ବକ ସମ୍ପାଦନ କରିଥିଲେ। ଏଥିରେ ଶିଶୁ ମନ୍ଦିର ପରିଚାଳନା କମିଟି ଏବଂ ବିଦ୍ୟୁତ୍ ପରିଷଦର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସଫଳତା ପୂର୍ବକ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.