ମୂର୍ତ୍ତି ବିସର୍ଜନ ବେଳେ ଓଲଟିଲା ଡଙ୍ଗା, ବୁଡ଼ିଗଲେ ୪ ଯୁବକ

puja26

ରାଜସ୍ଥାନ : ରାଜସ୍ଥାନ କୋଟାର କୋଟଡି ସହରରେ ଡଙ୍ଗାରେ ବିସର୍ଜନ ପାଇଁ ଯାଉଥିବା ବେଳେ ୬ଜଣ ବୁଡି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଉଦ୍ଧାର ହୋଇଥିବା ବେଳେ ୪ ଜଣ ନିଖୋଜ ଅଛନ୍ତି । ନିଖୋଜଙ୍କ ସନ୍ଧାନ ପାଇଁ ଅଗ୍ନିଶମ ବାହିନୀ ଏବଂ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି ।

ଖବର ମୁତାବକ, ବିଜ୍ଞାନ ନଗରର ସଞ୍ଜୟ ନଗରରୁ ଆସିଥିବା ପିଲା ଓ ଯୁବକମାନେ କୋଟଡ଼ି କେନାଲରେ ଦୁର୍ଗା ମୂର୍ତ୍ତି ବିସର୍ଜନ କରୁଥିଲେ । କିଛି ଯୁବକ ଡଙ୍ଗା ଜରିଆରେ ମା ଦୁର୍ଗାଙ୍କ ପ୍ରତିମାକୁ ବିସର୍ଜନ କରିବାକୁ ପହଁଚିଥିଲେ । ଏହି ସମୟରେ ଡଙ୍ଗାର ଭାରସାମ୍ୟ ବିଗିଡ଼ିଯିବାରୁ ପାଣିରେ ଓଲଟି ପଡ଼ିଥିଲା । ଫଳରେ ଡଙ୍ଗାରେ ଥିବା ପିଲାମାନେ କେନାଲରେ ପଡ଼ିଯାଇଥିଲେ । ଏଥିରେ ସମସ୍ତେ ବୁଡି଼ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।

ନିଖୋଜ ଥିବା ୪ ଯୁବକମାନେ ହେଲେ ରାହୁଲ, ୟେଶୁ, ଗୋଲୁ ଏବଂ ସୁରେଶ । ଡଙ୍ଗାବୁଡି ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଘଟଣାକୁ ନେଇ ରାଜସ୍ଥାନ ସରକାରଙ୍କ ମନ୍ତ୍ରୀ ମଦନ ଦିଲଓ୍ୱାର କହିଛନ୍ତି ଯେ, ଅଘଟଣ ପରେ ଉଦ୍ଧାରକାର୍ଯ୍ୟ ଏବଂ ସର୍ଚ୍ଚ ଅପରେସନ ଜାରି ରହିଛି । ପ୍ରଶାସନିକ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ନିଖୋଜଙ୍କ ସନ୍ଧାନ ପାଇଁ ସ୍କୁବା ଡାଇଭରଙ୍କ ସାହାଯ୍ୟ ନିଆଯାଇଥିବା ସେ ପ୍ରକାଶ କରିଛନ୍ତି ।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଘଟଣାସ୍ଥଳରେ ପହଞ୍ଚିଥିଲେ । ସେ ଅଧିକାରୀମାନଙ୍କଠାରୁ ଉଦ୍ଧାର କାର୍ଯ୍ୟର ସ୍ଥିତି ସମ୍ପର୍କରେ ସୂଚନା ନେବା ସହ ନିଖୋଜ ପିଲାମାନଙ୍କୁ ଖୋଜଖୋଜି କରିଥିଲେ । ଓମ୍ ବିର୍ଲା ଏସ୍ଡିଆର୍ଏଫ୍ (SDRF) ଟିମକୁ ତଲାସୀ ଅଭିଯାନର ପରିସର ବଢ଼ାଇବାକୁ କହିଥିଲେ । ଏଥିସହ କେନାଲରେ ଷ୍ଟପର୍ ଲଗାଯାଇଥିବା ସ୍ଥାନଗୁଡ଼ିକରେ ମଧ୍ୟ ତଲାସୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ad-week
Leave A Reply

Your email address will not be published.