ଟାଇଗର ଶ୍ରଫଙ୍କୁ ଗୁଳିମାଡ଼ ଘଟଣା: ୩ ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଲା ପୋଲିସ

puja26

ମୁମ୍ବାଇ : ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କୁ ଟାର୍ଗେଟ୍ କରି ହୋଇଥିବା ଗୁଳିମାଡ଼ ଘଟଣାରେ ୩ ଅଭିଯୁକ୍ତଙ୍କୁ ୧୦ଦିନିଆ ରିମାଣ୍ଡରେ ନେଲା ପୋଲିସ । ୩୧ ଯାଏଁ ପୋଲିସ ରିମାଣ୍ଡରେ ୩ ଅଭିଯୁକ୍ତ । ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କୁ ୩୧ ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇଛନ୍ତି ମୁମ୍ବାଇର ଏସପ୍ଲାନେଡ୍ କୋର୍ଟ ।

ରାଜସ୍ଥାନର କୋଟାରୁ ଧରାପଡ଼ିଥିବା ଏହି ୩ ଅଭିଯୁକ୍ତଙ୍କୁ ଆଜି ଭୋର ପ୍ରାୟ ୩ଟାରେ ମୁମ୍ବାଇ ଅଣାଯାଇଥିଲା । ଏହାପରେ ସେମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଏସ୍ ପ୍ଲାନେଡ୍ କୋର୍ଟରେ ହାଜର କରାଯାଇଥିଲା । ମାମଲାର ଅଧିକ ତଦନ୍ତ ପାଇଁ ପୋଲିସ ଅଭିଯୁକ୍ତମାନଙ୍କୁ ନିଜ ହେପାଜତରେ ନେବାକୁ ଆବେଦନ କରିଥିଲା । କୋର୍ଟ ଏହାକୁ ଅନୁମତି ଦେଇ ଅକ୍ଟୋବର ୩୧ ପର୍ଯ୍ୟନ୍ତ ପୋଲିସ ରିମାଣ୍ଡ ମଞ୍ଜୁର କରିଛନ୍ତି । ଏବେ ତଦନ୍ତକାରୀ ଅଧିକାରୀମାନେ ଗୁଳିମାଡ଼ ପଛରେ ଥିବା ଷଡ଼ଯନ୍ତ୍ର, ଅସ୍ତ୍ର ଯୋଗାଣ, ଆକ୍ରମଣର ଉଦ୍ଦେଶ୍ୟ ଏବଂ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ଭୂମିକା ସମ୍ପର୍କରେ ପଚରାଉଚରା କରିପାରିବେ ।

ଏହି ଆକ୍ରମଣ ପଛରେ କାହାର ନିର୍ଦ୍ଦେଶ ଥିଲା, କିଏ ଅସ୍ତ୍ର ଯୋଗାଇଥିଲା ଏବଂ ଅଭିଯୁକ୍ତମାନଙ୍କ ସହ ଅନ୍ୟ କେଉଁମାନଙ୍କର ସମ୍ପର୍କ ରହିଛି, ସେସବୁ ଦିଗରେ ତଦନ୍ତ ଆଗକୁ ବଢ଼ିବ। ଅକ୍ଟୋବର ୩୧ ପର୍ଯ୍ୟନ୍ତ ପୋଲିସ ହେପାଜତ ମିଳିଥିବାରୁ ଏହି ସମୟ ମଧ୍ୟରେ ଗୁଳିମାଡ଼ ଘଟଣାର ଷଡ଼ଯନ୍ତ୍ର ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରେ ।

ad-week
Leave A Reply

Your email address will not be published.