ଡିଜେ ଗାଡ଼ି ଓଲଟି ଜଣେ ମୃତ, ୧୦ରୁ ଅଧିକ ଆହତ

puja26

ମାଲକାନଗିରି: କାଳ ହେଲା ଡିଜେ ଗାଡ଼ି। ଚକା ଫାଟିଲା, ରକ୍ତରଞ୍ଜିତ ହେଲା ରାଜପଥ। ହଠାତ୍ ରାସ୍ତାରେ ଫାଟିଲା ଡିଜେ ଗାଡ଼ି ଟାୟାର। ଡିଜେ ଗାଡ଼ି ଦୁର୍ଘଟଣାରେ ଜଣଙ୍କର ଗଲା ଜୀବନ। ୧୦ରୁ ଅଧିକ ଗୁରୁତର ହୋଇଥିବା ସୂଚନା। ମାଲକାନଗିରି ଜିଲ୍ଲା ମାଥିଲି ଅଁଳାଯୋଡି ଠାରେ ଏହି ଦୁର୍ଘଟଣା ଘଟିଛି। ଧର୍ମଗଡରୁ ମାଲକାନଗିରି ଅଭିମୁଖେ ଯାଉଥିଲା ଡିଜେ ଗାଡ଼ି।

ଚକ ଫାଟିଯିବାରୁ ଭାରସାମ୍ୟ ହରାଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଡିଜେ ଗାଡିରେ ପ୍ରାୟ ୨୫ ଜଣ ଥିଲେ। ସମସ୍ତଙ୍କୁ ମାଥିଲି ସବିଡିଭିଜନ ମେଡିକାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାକୁ ନେଇ ଅଞ୍ଚଳରେ ଦୁଃଖର ପରିବେଶ ସୃଷ୍ଟି ହୋଇଛି । ଗୋଟିଏ ମୁହୂର୍ତ୍ତର ଅଘଟଣ କିପରି ହସଖୁସିର ସଂସାରକୁ ଉଜାଡ଼ି ଦେଇପାରେ, ତାହା ଏହି ଘଟଣା ପୁଣିଥରେ ମନେ ପକାଇ ଦେଇଛି । ତେବେ ଦୁର୍ଘଟଣାର ସଠିକ୍ କାରଣ ଓ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ad-week
Leave A Reply

Your email address will not be published.