
ଭୁବନେଶ୍ବର: ରାତି ଅଧରେ ଯୁବତୀଙ୍କ ଘରେ ପଶି ସଂଘବଦ୍ଧ ଆକ୍ରମଣ । ଭୁବନେଶ୍ବର ସହିଦ ନଗର ଘରେ କିଛି ଯୁବକ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବାୟା ବାବା ବସ୍ତିରେ ଘଟିଛି ଘଟଣା।ଯୁବତୀଙ୍କ ଘରେ ପଶି ଆକ୍ରମଣ କରୁଥିବା ବେଳେ ବିରୋଧ କରିଥିଲେ ମାଆ-ବାପା । ପ୍ରତିବାଦ କରିବାରୁ ଯୁବତୀଙ୍କ ମାଆ ଓ ବାପାଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଖଣ୍ଡା ଚୋଟରେ ଆହାତ ବାପା-ମାଆଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ କିଛି ଯୁବକ ଆସି ଏଭଳି ସଙ୍ଘବଦ୍ଧ ଆକ୍ରମଣ କରିଛନ୍ତି ।
ସୂଚନା ଅନୁଯାୟୀ, ଭୁବନେଶ୍ୱରର ସହିଦ ନଗର ଅଞ୍ଚଳର ବାୟା ବାବା ବସ୍ତିରେ ଏହି ଘଟଣା ଘଟିଛି । ଗତକାଲି ରାତିରେ କିଛି ଯୁବକ ହଠାତ୍ ଜଣେ ଯୁବତୀଙ୍କ ଘରେ ପଶିଥିଲେ । ଏହାପରେ ସେମାନେ ଘର ଭିତରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘରେ ପଶି ଯୁବତୀଙ୍କୁ ଆକ୍ରମଣ କରୁଥିବା ବେଳେ ତାଙ୍କ ମାଆ ଓ ବାପା ଏହାର ବିରୋଧ କରିଥିଲେ ।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି। ରାତି ଅଧରେ ଘରେ ପଶି ଏଭଳି ସଂଘବଦ୍ଧ ଆକ୍ରମଣ କରିବା ଘଟଣା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ତେବେ ଆକ୍ରମଣ ପଛର କାରଣ କ’ଣ, ଏଥିରେ କେତେ ଜଣ ଯୁବକ ସାମିଲ ଥିଲେ ଏବଂ ସେମାନଙ୍କ ପରିଚୟ କ’ଣ, ସେନେଇ ସବିଶେଷ ତଥ୍ୟ ସାମ୍ନାକୁ ଆସିନାହିଁ ।
