ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ପରେ ଖୋଲିଲା ଇନ୍ଦ୍ରାବତୀର ଦୁଇଟି ଗେଟ୍

puja26

ନବରଙ୍ଗପୁର : ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ପରେ ଖୋଲିଲା ଇନ୍ଦ୍ରାବତୀର ଦୁଇଟି ଗେଟ୍ । ଜଳଭଣ୍ଡାରର ୩ ନଂ ଓ ୬ନଂ ଗେଟକୁ ୦.୫ ମିଟର ଲେଖାଏଁ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି । ଦୁଇଟି ଗେଟ ଦେଇ ପ୍ରତି ସେକେଣ୍ଡରେ ପ୍ରାୟ ୧୩୩ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ସମ୍ଭାବ୍ୟ ଘୂର୍ଣ୍ଣିବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ଭାବେ ଗେଟ ଖୋଲାଯାଇଥିବା ବେଳେ ତଳିଆ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଇନ୍ଦ୍ରାବତୀ-କୋଲାବ ବେସିନ କାର୍ଯ୍ୟାଳୟ, ବାରିଣୀପୁଟର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଭାଗିରଥି ପାତ୍ରଙ୍କ ଉପସ୍ଥିତିରେ ବିଭାଗୀୟ ଅଧିକାରୀ ଡ୍ୟାମର ସ୍ଥିତି ଅନୁଧ୍ୟାନ ପରେ ଗେଟ ଖୋଲିବା ନିଷ୍ପତ୍ତି ନେଇଥିଲେ । ଡ୍ୟାମରେ ବର୍ତ୍ତମାନ ୬୪୦ ମିଟର ପାଣି ଥିବା ବେଳେ, ୬୩୯ ମିଟରକୁ ହ୍ରାସ ପାଇଲେ ଗେଟ ବନ୍ଦ କରାଯିବ । ଆଗାମୀ ଦିନରେ ବର୍ଷା ଓ ଜଳ ପ୍ରବାହକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ତଳିଆ ଅଞ୍ଚଳରେ ଜଳସ୍ତର ବଢ଼ିବାର ଆଶଙ୍କା ଥିବାରୁ ଲୋକଙ୍କୁ ନଦୀ ଓ ଜଳାଶୟ ନିକଟକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

ad-week
Leave A Reply

Your email address will not be published.