୧୦୦କୋଟି ଲାଞ୍ଚ କାରବାର ମମାଲାରେ ତାମିଲନାଡୁର ପୂର୍ବତନ ଶିକ୍ଷା ମନ୍ତ୍ରୀ ଗିରଫ

puja26

ତାମିଲନାଡୁ: ସରକାରୀ ଅନୁମୋଦନ ପାଇବା ପ୍ରତିଶଶ୍ରୁତି ଦେଇ ଘରୋଇ ଶିକ୍ଷାନୁଷ୍ଠାନରୁ ଟଙ୍କା ନେଉଥିବା ଅଭିଯୋଗ । ତଦନ୍ତ ପରେ ଗିରଫ ହେଲେ ତାମିଲନାଡୁର ପୂର୍ବତନ ଶିକ୍ଷା ମନ୍ତ୍ରୀ ଅନବିଲ୍ ମହେଶ ପୋୟାମୋଝି । ୧୭୭ଟି ସ୍କୁଲକୁ ଚୁନା ଲଗାଇଥିଲେ ଡିଏମକେର ନେତା ତଥା ତାମିଲନାଡୁର ପୂର୍ବତନ ବିଦ୍ୟାଳୟ ଓ ଶିକ୍ଷା ମନ୍ତ୍ରୀ । ଚେନ୍ନାଇ ପୋଲିସର କେନ୍ଦ୍ରୀୟ ଅପରାଧ ଶାଖା ତାଙ୍କୁ ଗିରଫ କରିଛି । ମନ୍ତ୍ରୀ ଗାଦିରେ ବସି ଦୁର୍ନୀତିରେ ସିଧାସଳଖ ଲିପ୍ତ ରହିବା ସହ ପଦର ଦୁରୁପଯୋଗ କରିଥିବା ସିସିବି ଯାଂଚ ବେଳେ ଜାଣିଛିା ଘରୋଇ ସ୍କୁଲ ଗୁଡିକୁ ଲାଇସେନ୍ସ୍ ଓ ଅନ୍ୟାନ୍ୟ ଅନୁମତି ପ୍ରଦାନ ଆଳରେ ଶହେ କୋଟି ଟଙ୍କାର ଦୁର୍ନୀତି ତାଙ୍କ ନାଁରେ ପ୍ରମାଣ ମିଳିବା ପରେ ଗିରଫ ହୋଇଛନ୍ତି ଲାଂଚୁଆ ପୂର୍ବତନ ମନ୍ତ୍ରୀ । ପୋଲିସ ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଧାରା ଲଗାଇଛି । ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ନିଜ ବିରୋଧରେ ଥିବା ମାମଲାକୁ ଚାଲେଂଜ କରୁଛନ୍ତି । ସୋମବାର ମାଡ୍ରାସ ହାଇକୋର୍ଟ ମହେଶଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିବା ପରେ ଏହି ଗିରଫଦାରୀ ହୋଇଛି । ଜଷ୍ଟିସ ଭି. ଲ କ୍ଷ୍ମୀନାରାୟଣ ପୂର୍ବତନ ମନ୍ତ୍ରୀଙ୍କ ଗିରଫଦାରୀ ବିରୋଧରେ ସୁରକ୍ଷା ପାଇଁ ଆବେଦନ ଖାରଜ କରିଦେଇଛନ୍ତି । ମହେଶ ତାଙ୍କ ବିରୋଧରେ ପୃଥକ ଭାବେ ରୁଜୁ ହୋଇଥିବା ଏଫଆଇଆରକୁ ରଦ୍ଦ କରିବାକୁ ଆବେଦନ କରିଛନ୍ତି ।

ମହେଶ ହେଉଛନ୍ତି ଡିଏମକେର ଜଣେ ବରିଷ୍ଠ ନେତା । ତାମିଲନାଡୁରେ ଡିଏମକେ କ୍ଷମତାରୁ ହଟିବା ପରେ ପୋଲିସ ତାଙ୍କୁ ଗିରଫ କରିଛି । ବିଭିନ୍ନ ସାକ୍ଷୀଙ୍କ ବୟାନ ଓ ଡିଜିଟାଲ ପ୍ରମାଣ ଆଧାରରେ ପ୍ରଥମେ ମହେଶଙ୍କୁ ଲାଂଚ କାରବାର ମାମଲାରେ ଅଭିଯୁକ୍ତ ଦର୍ଶାଯାଇଥିଲା । ମୁଖ୍ୟମନ୍ତ୍ରୀ ବିଜୟ ଓ ଟିଭିକେ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ସୁରକ୍ଷା ଏଜେନ୍ସିକୁ ବ୍ୟବହାର କରିଥିବା ଦଳ କହିଛି । ତଳସ୍ତରରୁ ଲାଂଚ କାରବାରର ଚେର ଖୋଜୁଖୋଜୁ ଶେଷରେ ତକ୍ରାଳୀନ ମନ୍ତ୍ରୀ ମହେଶଙ୍କ ଯାଏ ଲମ୍ବିଥିବା ଟେର ପାଇବା ପରେ ଗିରଫ କରିଛି ଚେନ୍ନାଇ ପୋଲିସର କେନ୍ଦ୍ରୀୟ ଅପରାଧ ଶାଖା ।

ad-week
Leave A Reply

Your email address will not be published.