
ଭୁବନେଶ୍ୱର: ‘ଅର୍ଣ୍ଣବ’ ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ମୁକାବିଲା ଏବଂ ରିଲିଫ୍ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୦ ଜଣ ସହକାରୀ କମିଶନର, ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀଙ୍କୁ ଗଞ୍ଜାମ ଜିଲ୍ଲାରେ ନିୟୋଜିତ କରାଯାଇଛି।
ପାନୀୟ ଜଳ ଯୋଗାଣ ଓ ସ୍ୱଚ୍ଛତା ବ୍ୟବସ୍ଥାର ତଦାରଖ ପାଇଁ WATCO ଓ PHEO ଟିମ୍କୁ ମଧ୍ୟ ଅନ୍ୟାନ୍ୟ ସ୍ଥାନରେ ନିୟୋଜିତ କରାଯାଇଛି। ବନ୍ୟା ପରେ ଜଳାଶୟ ଓ ସର୍ବସାଧାରଣ ଜଳାଶୟଗୁଡ଼ିକୁ ଭଲ ଭାବେ ସଫା ଓ ବିଶୋଧନ କରାଯିବ, ଯାହାଦ୍ୱାରା ଜଳବାହିତ ରୋଗର ଆଶଙ୍କାକୁ ରୋକାଯାଇପାରିବ। ପ୍ରଭାବିତ ଅଞ୍ଚଳରେ ସଫେଇ ଓ ସ୍ୱଚ୍ଛତା ବଜାୟ ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
ପ୍ରଭାବିତ ଅଞ୍ଚଳରେ ନିରାପଦ ପାନୀୟ ଜଳ ଯୋଗାଣ, ସ୍ୱଚ୍ଛତା ଓ ଜନସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସରକାର ପ୍ରତିବଦ୍ଧ। ବନ୍ୟା ପରିସ୍ଥିତିର ମୁକାବିଲା ଓ ଅତ୍ୟାବଶ୍ୟକ ନାଗରିକ ସେବାର ପୁନରୁଦ୍ଧାର ପାଇଁ ସମସ୍ତ ନିୟୋଜିତ ଅଧିକାରୀ ଓ ଟିମ୍ ସମନ୍ୱୟ ରଖି କାର୍ଯ୍ୟ କରୁଛନ୍ତି।
