ପୋଖରୀରେ ବୁଡ଼ି ୩ ଶିଶୁଙ୍କ ମୃତ୍ୟୁ

puja26

ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ଅଭାବନୀୟ ଘଟଣା। ପୋଖରୀରେ ବୁଡ଼ି ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତ ଶିଶୁଙ୍କ ବୟସ ୫, ୬ ଓ ୭ ବର୍ଷ ବୋଲି ଜଣାପଡ଼ିଛି। 

ଖବର ଅନୁଯାୟୀ, ମାହାଙ୍ଗା ବ୍ଲକ୍ ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି। ପୋଖରୀ ଭିତରେ ଥିବା କଇଁ ଫୁଲ ତୋଳିବାକୁ ଚେଷ୍ଟା କରୁଥିବା ସମୟରେ ତିନି ଶିଶୁ ପାଣିରେ ବୁଡ଼ି ଯାଇଥିବା ପ୍ରାଥମିକ ସୂଚନା ମିଳିଛି। ସେପଟେ ଘଟଣା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଗାଁରେ ଖେଳିଯାଇଛି ଶୋକାକୁଳ ପରିବେଶ ।

ad-week
Leave A Reply

Your email address will not be published.