
ବାଲେଶ୍ୱର : ଚାନ୍ଦିପୁରରୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପରୀକ୍ଷା । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ରୁ ଆଜି ଦିନ ୧୧ଟା୧୯ଟାରେ ମିସାଇଲର ସଫଳ ପରୀକ୍ଷା ହୋଇଛି । ଲଞ୍ଚ କମ୍ପ୍ଲେକ୍ସ -୩ରୁ କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଥିଲା । ଏଥିପାଇଁ ଆଜି ସକାଳୁ ଲଞ୍ଚ କମ୍ପ୍ଲେକ୍ସ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତରିତ କରାଯାଇଥିଲା ।
ବିଭିନ୍ନ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ଓ ସ୍କୁଲ ଗୃହ ଗୁଡିକୁ ଅସ୍ଥାୟୀ ଓ ସ୍ଥାୟୀ ଶିବିର ଭାବରେ ଚିହ୍ନଟ କରାଯାଇ ଥିଲା । ୨୫ଶହରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାୟୀ ଓ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତ କରାଯାଇ ଥିଲା । ଡିଆରଡିଓର ନିର୍ଦ୍ଦେଶ ପର୍ଯ୍ୟନ୍ତ ଲୋକମାନେ ଶିବିରରେ ରହି ଥିଲେ । ଶିବିରରେ ଲୋକଙ୍କ ଖାଇବା ପିଇବା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା । ଡିଆରଡିଓ ପକ୍ଷରୁ ଲୋକଙ୍କୁ ଆର୍ଥିକ ସହାୟତା ସହ ସମସ୍ତ ଖର୍ଚ୍ଚ ବହନ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା ।
