
ରାୟଗଡ଼ା : ରାୟଗଡ଼ା ସହରସ୍ଥିତ ନ୍ୟୁ କଲୋନୀରେ ଚଳିତ ବର୍ଷ ଶ୍ରୀ ମା’ ଗଜଲକ୍ଷ୍ମୀଙ୍କ ୩୧ ତମ ବାର୍ଷିକ ପୂଜା ମହୋତ୍ସବ ବେଶ୍ ଆନନ୍ଦ ଉଲ୍ଲାସର ସହିତ ପାଳିତ ହେଉଛି। ଏହି ପୂଜା ଅବସରରେ ମା’ଙ୍କ ଦୈନନ୍ଦିନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସହିତ ମୀନା ବଜାର, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଅସ୍ଥାୟୀ ଷ୍ଟଲ ଆଦିର ଆୟୋଜନ କରାଯାଇଛି। କମିଟି ପକ୍ଷରୁ ସ୍ଥାନୀୟ କଳାକାର ତଥା ପ୍ରତିଭାମାନଙ୍କୁ ନିଜର କଳା ପ୍ରଦର୍ଶନ ପାଇଁ ସାଂସ୍କୃତିକ ମଞ୍ଚରେ ସୁଯୋଗ ଦିଆଯାଉଥିବା ବେଳେ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ନିମନ୍ତେ ମାତ୍ର ୩୦ ଟଙ୍କାରେ ମା’ଙ୍କ ଅନ୍ନ ପ୍ରସାଦ ସେବନର ସୁବ୍ୟବସ୍ଥା ମଧ୍ୟ କରାଯାଇଛି।
ଏହି ପୂଜା ମହୋତ୍ସବ ଅକ୍ଟୋବର ୨୫ ତାରିଖରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୨ ଦିନ ଧରି ଚାଲିବାକୁ ଯୋଜନା କରାଯାଇଥିଲା। ମାତ୍ର ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ସମୟରେ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ପାଇଁ ମୀନା ବଜାର, ଦୋକାନ ବଜାର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଥିଲା। ଏହି ତିନି ଦିନ କମିଟି ପକ୍ଷରୁ କେବଳ ମା’ଙ୍କ ବିଧିବଦ୍ଧ ପୂଜାର୍ଚ୍ଚନା ଓ ନୀତିକାନ୍ତି କରାଯାଇଥିଲା। ପରବର୍ତ୍ତୀ ସମୟରେ ଅକ୍ଟୋବର ୩୦ ତାରିଖରୁ ପୁନର୍ବାର ସମସ୍ତ କାର୍ଯ୍ୟକ୍ରମ ଓ ମେଳା ସ୍ୱାଭାବିକ ଭାବେ ଆରମ୍ଭ ହୋଇଥିଲା। ବର୍ତ୍ତମାନ ମା’ଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମୁଥିବା ବେଳେ ମହୋତ୍ସବକୁ ସଫଳ କରିବା ପାଇଁ କମିଟିର ସଦସ୍ୟମାନେ ପୂର୍ଣ୍ଣ ଉତ୍ସାହର ସହ କାର୍ଯ୍ୟ କରୁଛନ୍ତି।
ଏହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାରୁ କମିଟି ପକ୍ଷରୁ ରାୟଗଡ଼ା ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ପୋଲିସ ପ୍ରଶାସନ, ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗ, ଯାନ୍ତ୍ରିକ ବିଭାଗ, ପୌରପାଳିକା ତଥା ସମସ୍ତ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ କୃତଜ୍ଞତା ଜଣାଯାଇଛି। ଏହା ସହିତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଏବଂ ସହଯୋଗ କରୁଥିବା ଜନସାଧାରଣଙ୍କୁ ମଧ୍ୟ କମିଟି ଧନ୍ୟବାଦ ଅର୍ପଣ କରିଛି।
ଏହି ମହୋତ୍ସବକୁ ସୁଚାରୁରୂପେ ପରିଚାଳନା କରୁଥିବା ପୂଜା କମିଟିର ସଭାପତି ଭାବେ ଶ୍ରୀ ସନ୍ତୋଷ କୁମାର ପାତ୍ର, ଉପସଭାପତି ଶ୍ରୀ ବିନୋଦ ସାହୁ, ସାଧାରଣ ସମ୍ପାଦକ ଶ୍ରୀ ଏନ୍. ତ୍ରିନାଥ ରାଓ, ସାଂଗଠନିକ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ବ୍ରହ୍ମା, ଯୁଗ୍ମ ସମ୍ପାଦକ ଶ୍ରୀ ଅଶୋକ କୁମାର ସାହୁ ଏବଂ କୋଷାଧ୍ୟକ୍ଷ ଭାବେ ଶ୍ରୀ ଦିଲୀପ କୁମାର ସାହୁ ଦାୟିତ୍ୱ ନିର୍ବାହ କରୁଛନ୍ତି। ସେହିପରି ସଂଯୋଜକ ଭାବେ ସୁଧୀର କୁମାର ପଣ୍ଡା, ଅନୁପ କୁମାର ପାତ୍ର, ଲକ୍ଷ୍ମୀକାନ୍ତ ଦାଶ, ଜଗନ୍ନାଥ ସାହୁ, ବିଶ୍ୱନାଥ ବ୍ରହ୍ମା ଏବଂ ପୂଜା ସଂଯୋଜକ ଭାବେ ଅବିନାଶ ବିଶୋୟୀ, ସୁରେଶ ଚନ୍ଦ୍ର ସାମନ୍ତରାୟ, ଶିବ ପ୍ରସାଦ ନାୟକ, ଅଶୋକ କୁମାର ପଣ୍ଡା, ମନୋଜ କୁମାର ସାହୁ, ସୁବ୍ରତ ପତି, ହରି ନାରାୟଣ ଦାସ, ଗଙ୍ଗା ପ୍ରସାଦ, ଶୁଭେନ୍ଦୁ ମହାପାତ୍ର, ୱାଇ. ମୋହନ ବାବୁ, ଅଶ୍ୱିନ କୁମାର ନାୟକ, ବ୍ରଜସୁନ୍ଦର ବେହେରା ଓ ରାଧା ରମଣ ସାହୁ ସହଯୋଗ କରୁଛନ୍ତି। କମିଟିର ଉପଦେଷ୍ଟା ଭାବେ ଗୋପୀନାଥ ସାହୁ, ମଦନ ମୋହନ ପାଢ଼ୀ, ଶଙ୍କର୍ଷଣ ମଙ୍ଗରାଜ, ସବ୍ୟସାଚୀ ସାହୁ, ହରିଶ ଚନ୍ଦ୍ର ମହାନ୍ତି, ରାମ ପ୍ରସାଦ ପାତ୍ର ଓ ନରେନ୍ କୁମୁନ୍ଦନ ରହିଥିବା ବେଳେ ସକ୍ରିୟ ସଦସ୍ୟ ଭାବେ ସୁରଜ ପାଢ଼ୀ, କିଶନ ଅଗ୍ରୱାଲ, ପ୍ରଦୀପ ପାତ୍ର, ରାକେଶ କୁମାର ହାମଦେବ, କିଶୋର ସାହୁ, ଶ୍ରୀକାନ୍ତ ପାଢ଼ୀ, ବାଲାଜୀ ପାଢ଼ୀ, ଆର୍.କେ. ଦାସ, ଚୁନ୍ନୁଲାଲ ଜୈନ, ଜିତୁ ପାଢ଼ୀ, ଆର୍. କେ. ଲିମା ଏବଂ ବି. ନାୟକ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରୁଛନ୍ତି।
