ଗଞ୍ଜାମ ଜିଲ୍ଲାକୁ ଫୋକସ ନକରିବାରେ ରାଜ୍ୟ ସରକାର ବିଫଳ…….!

.!

puja26



ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳବାସୀଙ୍କୁ ଏକଥନିୟ ଦୁର୍ଦ୍ଧଶା ମଧ୍ୟକୁ ଠେଲି ଦେଇଛି ପ୍ରଳୟଙ୍କରୀ ବନ୍ୟା। ଆସିକା ସହରର ଦୁଇ ପାର୍ଶ୍ୱରେ ପ୍ରବାହିତ ଋଷି କୂଲ୍ୟା ଓ ବଡ଼ନଦୀ ରେ ପ୍ରଶାସନର ଭୁଲ ନିଷ୍ପତ୍ତି ଯୋଗୁଁ ଆଜି ଆସିକା ବାସୀ ପ୍ରଳୟଙ୍କରୀ ବନ୍ୟା ରେ ଜୁଝୁଛନ୍ତି। ପ୍ରଶାସନ ପକ୍ଷରୁ ଋଷିକୂଲ୍ୟା ନଦୀରେ ବନ୍ୟା ଜଳ ଆସିବ ତଳୁଆ ଅଞ୍ଚଳ ବାସୀ ଉଚ୍ଚ ସ୍ଥାନକୁ ଚାଲିଯିବା ପାଇଁ ଡାକ ବାଜୀ ଯନ୍ତ୍ର ଦ୍ୱାରା ଘୋଷଣା କରି ପ୍ରଶାସନ ତାର କର୍ତ୍ତବ୍ୟ ସାରି ଦେଇ ନାଇଁରେ ତେଲ ଦେଇ ଶୋଇଯାଇଥିଲା।ଋଷି କୂଲ୍ୟାରେ ବନ୍ୟା ଜଳ ବିପଦ ସଙ୍କୁଳ ଯେତିକି ବଢୁଥିଲା ପ୍ରଶାସନ ଅଧିକାରୀ ମାନଙ୍କ ଫୋନ ରିସିଭ କରିବା ଭୁଲି ଯାଇଥିଲେ। ଗତ ୧୯୯୦ ପ୍ରଳୟଙ୍କାରୀ ବନ୍ୟା ଠାରୁ ଅର୍ଣ୍ଣଭ ବାତ୍ୟା ପରେ ଆସିକା ବାସୀଙ୍କ ଦୁର୍ଦ୍ଧଶା ସେତିକି ବଢିଯାଇଥିଲା। ଆସିକା ବାଣୀବିହାର, କଳିଙ୍ଗାରୋଡ଼,ଲକ୍ଷ୍ମୀ ବଜାର, ବିନାୟକ ବଜାର ରେ ୧୮ ଫୁଟରୁ ଉର୍ଦ୍ଧ ବନ୍ୟା ଜଳ ଦୀର୍ଘ ଘଣ୍ଟା ରହିବା ଫଳରେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଆସିକା ସହରର ସମସ୍ତ ୱାର୍ଡରେ ଥିବା ଗୃହ ଗୁଡ଼ିକରେ କେଉଁଠି ୬ କେଉଁଠି ୭ ବନ୍ୟା ଜଳରେ ବୁଡି ଯାଇଥିଲା। ପରିମେଳ, ଜଳ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ ହୋଇଯାଇ ଥିଲା। ବନ୍ୟାର ଦୁଇ ଦିନ ପରେ ବିଦ୍ୟୁତ ସେବା ଚାଲୁ ହୋଇଥିଲା। ଏବେବି ସହର ମଧ୍ୟରେ କୁଢ଼ କୁଢ଼ ମଇଳା ପଡ଼ିରହିଛି।

ad-week
Leave A Reply

Your email address will not be published.