
ଉଦଳା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ଇଡି ରେଡ୍ । ୭୦ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗରେ ଚଢ଼ାଉ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବିଶୋଳ ଗାଁର ଈଶ୍ୱର ବିନ୍ଧାଣୀଙ୍କ ଘରେ ଚଢଉ ଚାଲିଛି । କୋଲକାତାର ଏକ ଟ୍ରେଡିଂ କମ୍ପାନୀର ଓଡ଼ିଶା ମୁଖ୍ୟ ଈଶ୍ୱର ବନ୍ଧାଣୀଙ୍କ ଘରେ ରେଡ୍ ।
ଆଜି ସକାଳୁ ଇଡିର ୩ ଜଣିଆ ଟିମ, ଦୁଇ ଜଣ ବ୍ୟାଙ୍କ ଅଧିକାରୀ ଏବଂ ପୋଲିସ ପହଂଚି ଛାନବିନ୍ କରୁଛନ୍ତି । ଈଶ୍ୱର ବିନ୍ଧାଣୀ ମୟୁରଭଞ୍ଜ, କଟକ, ଭୁବନେଶ୍ୱର, ଜଗତସିଂହପୁର ଭଳି ବିଭିନ୍ନ ଅଞ୍ଚଳର ଲୋକଙ୍କୁ ନିକଟରୁ ପ୍ରାୟ ୭୦ କୋଟି ରୁ ଅଧିକ ଟଙ୍କା ଠକିଛନ୍ତି । ଏନେଇ ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଥିଲା ।
