ଲଗାଣ ବର୍ଷାରେ ଧସିଲା ଖୁରୀ ପାହାଡ଼, ଅଳ୍ପକେ ବର୍ତ୍ତିଲେ ପୁରିଗୁଡ଼ା ଗାଁର ୪୦ ପରିବାର

puja26

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ନାୟକଗୁଡ଼ାରେ ଭୁଷ୍ଖଳନ । ଲଗାଣ ବର୍ଷାରେ ଧସିଲା ପାହାଡ଼ । ନାୟକଗୁଡା ନିକଟସ୍ଥ ପୁରିଗୁଡ଼ା ଗାଁ ନିକଟରେ ଧସିଲା ପାହାଡ଼  । ଅଳ୍ପକେ ବର୍ତ୍ତୀଲେ ଗାଁ ଲୋକ । ବର୍ଷାରେ ପାହାଡ଼ ଉପରୁ ଖସିଲା ଦୁଇଟି ବଡ଼ ବଡ଼ ପାହାଡ଼। ମାଲକାନଗିରି ମାଥିଲିରେ ଭୟଙ୍କର ଭୂସ୍ଖଳନ, ଅଳ୍ପକେ ବର୍ତ୍ତିଲେ ପୁରିଗୁଡ଼ା ଗ୍ରାମବାସୀ । ଜିଲ୍ଲାରେ ଗତ କିଛି ଦିନ ହେବ ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ଏକ ବଡ଼ ବିପତ୍ତି ଦେଖିବାକୁ ମିଳିଛି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ଅନ୍ତର୍ଗତ ନାୟକଗୁଡ଼ା ପଞ୍ଚାୟତରେ ଏକ ଭୟଙ୍କର ଭୂସ୍ଖଳନ ଘଟିଛି । ପ୍ରବଳ ବର୍ଷା ଯୋଗୁଁ ସ୍ଥାନୀୟ ଖୁରୀ ପାହାଡ଼ର ଏକ ବଡ଼ ଅଂଶ ଧସିଯାଇଛି । ଯାହାଫଳରେ ପାହାଡ଼ ଉପରୁ ଦୁଇଟି ବିରାଟକାୟ ପଥର ଚଟାଣ ଓ ମାଟି ଅତଡ଼ା ତଳକୁ ଖସି ଆସିଛି ।

ପାହାଡ଼ ତଳେ ପ୍ରାୟ ୩୦ ରୁ ୪୦ ପରିବାର ବସବାସ କରୁଥିବାରୁ ଏହି ଦୁଇଟି ବିଶାଳ ପଥର ସେମାନଙ୍କ ଆଡ଼କୁ ମାଡ଼ି ଆସିଥିଲା । କିନ୍ତୁ ସୌଭାଗ୍ୟବଶତଃ, ଗାଁ ମୁଣ୍ଡରେ ପହଞ୍ଚିବା ପୂର୍ବରୁ ପ୍ରାୟ ୩୦-୪୦ ମିଟର ଦୂରରେ ପଥର ଦୁଇଟି ଅଟକି ଯାଇଥିଲା । ଫଳରେ ଏକ ବଡ଼ ଧରଣର ଧନଜୀବନ ହାନିରୁ ପୁରିଗୁଡ଼ା ଗାଁ ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପାହାଡ଼ ଉପରୁ ଶବ୍ଦ କରି ବଡ଼ ବଡ଼ ଗଛ ଭାଙ୍ଗି ପଥର ଖସିବା ଦେଖି ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି । ବର୍ତ୍ତମାନ ପାହାଡ଼ ଉପରେ ଆହୁରି ଅନେକ ପଥର ଖସିବା ସ୍ଥିତିରେ ରହିଥିବାରୁ ଗ୍ରାମବାସୀ ଭୟଭୀତ ଅଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ପରିସ୍ଥିତିର ଅନୁଧ୍ୟାନ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ad-week
Leave A Reply

Your email address will not be published.