ସ୍ପେନ୍‌ରେ ରେଳ ଦୁର୍ଘଟଣାରେ ୬୯ ଜଣଙ୍କ ମୃତ୍ୟୁ : ଇସ୍ତଫା ଦେଲେ ପରିବହନ ମନ୍ତ୍ରୀ

puja26

ନୂଆଦିଲ୍ଲୀ: ସ୍ପେନ୍‌ରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମାଦ୍ରିଦ୍ ନିକଟରେ ଘଟିଥିବା ଭୟଙ୍କର ହାଇ-ସ୍ପିଡ୍ ରେଳ ଦୁର୍ଘଟଣାରେ ୬୯ ଜଣଙ୍କର ମୃତ୍ୟୁ ପରେ ଦେଶର ପରିବହନ ମନ୍ତ୍ରୀ ଓସ୍କାର ପୁଏନ୍ତେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଗୋଟିଏ ବର୍ଷ ମଧ୍ୟରେ ଦୁଇଟି ବଡ଼ ରେଳ ଦୁର୍ଘଟଣା ଘଟିବା ପରେ ନୈତିକତା ଓ ରାଜନୈତିକ ଦାୟିତ୍ୱବୋଧ ସ୍ୱୀକାର କରି ସେ ଏହି ପଦକ୍ଷେପ ନେଇଛନ୍ତି। ମନ୍ତ୍ରୀ ସଂସଦରେ କହିଛନ୍ତି ଯେ, ‘ ଏତେ ବଡ଼ ଦୁର୍ଘଟଣା ପରେ ସେ ଆଉ ନିଜ ପଦରେ ରହିବା ନୈତିକ ଦୃଷ୍ଟିରୁ ଉଚିତ୍ ନୁହେଁ ‘। ସ୍ପେନ୍ ପରି ଏକ ଦେଶର ମନ୍ତ୍ରୀ କେବଳ ଦାୟିତ୍ୱ ନେଇ ଇସ୍ତଫା ଦେଇଥିବା ବେଳେ, ଅନ୍ୟପଟେ ଭାରତରେ ଦୁଇ ଦୁଇ ଥର ବଡ଼ ରେଳ ଦୁର୍ଘଟଣା ଘଟି ଶହ ଶହ ଲୋକ ପ୍ରାଣ ହରାଇଥିଲେ ମଧ୍ୟ ରେଳ ମନ୍ତ୍ରୀ ଇସ୍ତଫା ଦେଇ ନଥିଲେ। ବାଲେଶ୍ୱରର ଭୟଙ୍କର ବାହାନଗା ଦୁର୍ଘଟଣା ହେଉ କିମ୍ବା ପରବର୍ତ୍ତୀ ସମୟରେ ଘଟିଥିବା ଦୁର୍ଘଟଣା, ଯାହାକୁ ନେଇ ସେତେବେଳେ ପ୍ରଚଣ୍ଡ ବିରୋଧ ଓ ସମାଲୋଚନା ହୋଇଥିଲା।

ସ୍ପେନ୍‌ରେ ଗତ ଅକ୍ଟୋବର ୨୮ ତାରିଖରେ ଏକ ଦ୍ରୁତଗାମୀ ଟ୍ରେନ୍ ଛିଡ଼ା ହୋଇଥିବା ଅନ୍ୟ ଏକ ଟ୍ରେନ୍‌କୁ ପଛପଟୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୬୯ ଜଣଙ୍କର ଜୀବନ ଯିବା ସହ ପ୍ରାୟ ୨୦୦ ଜଣ ଆହତ ହୋଇଥିଲେ। ଏହି ଘଟଣା ସମଗ୍ର ସ୍ପେନ୍‌ରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଥିଲା। ଲୋକଙ୍କ ଆକ୍ରୋଶ ଓ ବିରୋଧୀଙ୍କ ଚାପ ଆଗରେ ମୁଣ୍ଡ ନୋଆଁଇ ମନ୍ତ୍ରୀ ଓସ୍କାର ପୁଏନ୍ତେ ଶେଷରେ ଇସ୍ତଫା ପତ୍ର ସାମ୍ନାକୁ ଆଣିଛନ୍ତି।”

ଏହି ଘଟଣା ପ୍ରମାଣ କରୁଛି ଯେ ବିକଶିତ ଦେଶମାନଙ୍କରେ ଜନସାଧାରଣଙ୍କ ସୁରକ୍ଷା ଓ ଜୀବନର ମୂଲ୍ୟ କେତେ ଅଧିକ। ମାତ୍ର ଆମ ଦେଶରେ ବାରମ୍ବାର ଏଭଳି ବଡ଼ ଧରଣର ଦୁର୍ଘଟଣା ଘଟିଲେ ମଧ୍ୟ ନେତାମାନେ ନିଜ ପଦବୀ ଛାଡ଼ିବାକୁ ପଛାଉ ନାହାଁନ୍ତି। ଏହା କେବଳ ଦାୟିତ୍ୱହୀନତାକୁ ଦର୍ଶାଉନାହିଁ, ବରଂ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଏକ ବଡ଼ ଆହ୍ୱାନ ସୃଷ୍ଟି କରୁଛି। ନ୍ୟାୟ ଏବଂ ଜନସାଧାରଣଙ୍କ ବିଶ୍ୱସ୍ତତା ପାଇଁ ଏପରି କଠୋର ନୈତିକ ପଦକ୍ଷେପ ସମଗ୍ର ବିଶ୍ୱରେ ଏକ ନୂତନ ବାର୍ତ୍ତା ଦେଇଛି।”

ad-week
Leave A Reply

Your email address will not be published.