ପେନସନ୍ ଯୋଜନାରେ ସାମିଲ ହେବେ ଆଉ ୫ ଲକ୍ଷରୁ ଅଧିକ ହିତାଧିକାରୀ

kalipuja

ଭୁବନେଶ୍ବର: ପେନସନ୍ ଯୋଜନାରେ ସାମିଲ ହେବେ ଆଉ ୫ ଲକ୍ଷ ୫ ହଜାର ୮୦୦ ହିତାଧିକାରୀ । ଓଡ଼ିଶାରେ ସାମାଜିକ ସୁରକ୍ଷା ପେନସନ୍ ଯୋଜନାକୁ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । କାଲି ଯୋଜନାରେ ଆଉ ୫ ଲକ୍ଷ ୫ ହଜାର ୮୦୦ ନୂତନ ହିତାଧିକାରୀଙ୍କୁ ସାମିଲ କରାଯିବ । ଏହାଦ୍ୱାରା ରାଜ୍ୟର ଅନେକ ଗରିବ ଓ ଅସହାୟ ଲୋକ ଉପକୃତ ହେବେ ।

ଏହା ଓଡ଼ିଶା ପାଇଁ ଏକ ବଡ଼ ନିଷ୍ପତ୍ତି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ପୂର୍ବ ସରକାରଙ୍କ ପେନସନ୍ ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ନୂତନ ୫ ଲକ୍ଷ ୫ ହଜାର ୮୦୦ ହିତାଧିକାରୀ ସାମିଲ ହେବା ପରେ ଏହି ସଂଖ୍ୟା ୬୧ ଲକ୍ଷ ୬୫ ହଜାରରେ ପହଞ୍ଚିବ । ଏହା ରାଜ୍ୟରେ ସର୍ବକାଳୀନ ରେକର୍ଡ ବୋଲି କରିଛନ୍ତି ଅନିଲ ବିଶ୍ୱାଳ ।

ad-week
Leave A Reply

Your email address will not be published.