
ଆଳି : ପରକୀୟା ପ୍ରୀତିରୁ ବଧୂହତ୍ୟା ଅଭିଯୋଗ । ଥାନାରେ ଏତଲା ଦେଲେ ମହିଳାଙ୍କ ବାପା । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ମାଣିକପାଟଣା ଗାଁରେ ଚାଞ୍ଚଲ୍ୟ । ଅଭିଯୋଗ ଅନୁଯାୟୀ, ପଟ୍ଟାମୁଣ୍ଡାଇ ଥାନା ମିଞ୍ଜୟୁଣି ଗାଁର ମଧୁସ୍ମିତା ନାୟକ ମାଣିକପାଟଣା ଗାଁର ସତ୍ୟବ୍ରତ ବିଶ୍ବାଳଙ୍କୁ ବିବାହ କରିଥିଲେ ।
ମଧୁସ୍ମିତାଙ୍କ ଦେହ ଖରାପ ଥିବା କହି ଶ୍ବଶୁର ଘରକୁ ଫୋନ କରିଥିଲେ ସତ୍ୟବ୍ରତ । ପରେ ମଧୁସ୍ମିତାଙ୍କ ବାପା ଫୋନ କରିବାରୁ ଝିଅ ରସି ଲଗାଇ ଆତ୍ମହତ୍ୟା କରିଥିବା କହିଥିଲେ ଶାଶୂଘର ଲୋକ । ହାଇଦ୍ରବାଦରେ ଜଣେ ଯୁବତୀଙ୍କ ସହ ସତ୍ୟବ୍ରତଙ୍କର ସମ୍ପର୍କ ଥିବା ଅଭିଯୋଗ କରିଛନ୍ତି ମଧୁସ୍ମିତାଙ୍କ ବାପା।
ଏଥିପାଇଁ ଝିଅକୁ ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ଝିଅକୁ ରାସ୍ତାରୁ ହଟାଇବାକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମଧୁସ୍ମିତାଙ୍କ ବାପା। ଅଭିଯୋଗ ପରେ ମୃତଦେହକୁ ଜବତ କରି ତଦନ୍ତ କରୁଛି ପୋଲିସ ।
