
ନେପାଳ: ଲଗାତାର ଭାବେ ସାରା ବିଶ୍ବରେ ଭୂକମ୍ପ ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଜି ପୁଣି ନେପାଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ୪.୯ ଥିବା ସୂଚନା ମିଳିଛି । ଯାହା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ।
NCS ସୂଚନାନୁଯାୟୀ, ଗୁରୁବାର ଅର୍ଥାତ୍ ଆଜି ଭୋର ସମୟରେ ପଡୋଶୀ ଦେଶ ନେପାଳ ଭୂକମ୍ପରେ ଥରି ଉଠିଥିଲା । ଭୂକମ୍ପ ପ୍ରାୟ ଭୋର ୪ଟା ୩୦ ମିନିଟରେ ଅନୁଭୂତ ହୋଇଥିବା ଜଣାପଡିଛି । ଯାହାର ତୀବ୍ରତା ୪.୯ ଥିବା ରିକ୍ଟର ସ୍କେଲରେ ମପାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୭୩ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିଲା । ଯାହା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଥିଲା ।
ସୂଚନାଯୋଗ୍ୟ, ସେପ୍ଟେମ୍ବରରେ, ଉତ୍ତର-ପଶ୍ଚିମ ନେପାଳରେ ଲଗାତାର ଦୁଇଟି ଭୂମିକମ୍ପ ହୋଇଥିଲା । ପ୍ରଥମ ଭୂମିକମ୍ପର ତୀବ୍ରତା ୪.୫ ଏବଂ ଦ୍ୱିତୀୟ ଭୂମିକମ୍ପର ତୀବ୍ରତା ୪.୨ ଥିଲା । ଏହାର କେନ୍ଦ୍ରସ୍ଥଳ ମୁଗୁ ଜିଲ୍ଲାର କଲାଇ ଅଞ୍ଚଳ ନିକଟରେ ଥିଲା । ପଡ଼ୋଶୀ ଜିଲ୍ଲା ଡୋଲପା ଏବଂ ଜୁମଲାରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପ ଯୋଗୁଁ ନେପାଳରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି ।
