
କେନ୍ଦୁଝର: କେନ୍ଦୁଝର ଯୋଡ଼ାରେ ଚାଞ୍ଚଲ୍ୟ । ଭଡ଼ା ଘରୁ ଆଦର୍ଶ ବିଦ୍ୟାଳୟ ଶିକ୍ଷୟିତ୍ରୀଙ୍କ ମୃତଦେହ ଉଦ୍ଧାର । ଭଡ଼ା ଘରୁ ଶିକ୍ଷୟିତ୍ରୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର । ଘଟଣାସ୍ଥଳରୁ ଏକ ନୋଟ୍ ଜବତ ହୋଇଛି । ହତ୍ୟା ନା ନିଜେ ଜୀବନ ହାରିଛନ୍ତି, ଏହାକୁ ନେଇ ସସପେନ୍ସ ଲାଗି ରହିଛି । କେନ୍ଦୁଝର ଜିଲ୍ଲା ଯୋଡ଼ା ସହରରେ ଅଭାବନୀୟ ଘଟଣା । ସାଇ ମନ୍ଦିର ନିକଟ କଣ୍ଟ୍ରାକ୍ଟର କଲୋନୀସ୍ଥିତ ଏକ ଭଡ଼ା ଘରୁ ଜଣେ ମହିଳା ଶିକ୍ଷୟିତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି ।
ମୃତ ଶିକ୍ଷୟିତ୍ରୀ ହେଉଛନ୍ତି ବାରିପଦା ଅଞ୍ଚଳର ୩୧ ବର୍ଷୀୟା ରୋଜାଲିକା ପାତ୍ର । ରୋଜାଲିକା ଯୋଡା ବ୍ଲକ ଲହଣ୍ଡା ସ୍ଥିତ ଆଦର୍ଶ ବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ସେ ଯୋଡ଼ା ସହରର କଣ୍ଟ୍ରାକ୍ଟର କଲୋନୀରେ ଏକ ଭଡ଼ା ଘରେ ରହୁଥିଲେ ।
ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା, ତାହା ଜଣାପଡ଼ିନାହିଁ । ଘଟଣାସ୍ଥଳରୁ ପୋଲିସ ଏକ ନୋଟ୍ ଜବତ କରିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଜବତ ନୋଟରେ କ’ଣ ଲେଖାଯାଇଛି ? ମୃତ୍ୟୁ ପଛରେ କେଉଁ କାରଣ ରହିଛି ? ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣା ସ୍ଥଳରେ ସାଇନ୍ଟିଫିକ ଟିମ୍ ପହଞ୍ଚି ବିଭିନ୍ନ ଦିଗକୁ ନେଇ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଛି ।
