ରାଜସ୍ଥାନ ଟ୍ରେନ୍‌ ବିସ୍ଫୋରଣ ମାମଲାରେ ମହିଳା ଓ ସହଯୋଗୀ ଗିରଫ: ପାକିସ୍ତାନ ଲିଙ୍କ୍‌ ସନ୍ଦେହ

kalipuja

ଜୟପୁର: ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାରେ ନଭେମ୍ବର ୩ ତାରିଖରେ ଏକ ରେଳଟ୍ରାକ୍‌ରେ ହୋଇଥିବା ବିସ୍ଫୋରଣ ଘଟଣାରେ ଜଣେ ୨୧- ବର୍ଷୀୟା ମହିଳା ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡ଼ିଛି। ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ସ୍ଥାପନ କରି ପାକିସ୍ତାନସ୍ଥିତ ହ୍ୟାଣ୍ଡେଲର୍‌ମାନେ ତାଙ୍କୁ ନିଯୁକ୍ତି ଦେଇଥିବା ତଦନ୍ତକାରୀ ସନ୍ଦେହ କରୁଛନ୍ତି। ସଦ୍ୟତମ ଘଟଣାରୁ ଜଣାପଡ଼ୁଛି ଯେ, ପାକିସ୍ତାନର ଆଇଏସ୍‌ଆଇ ନୂଆ କାର୍ଯ୍ୟପ୍ରଣାଳୀରେ ମହିଳାଙ୍କ ନିଯୁକ୍ତିକୁ ଗୁରୁତ୍ବ ଦେଉଛନ୍ତି।
ଅଭିଯୁକ୍ତ ମହିଳା ମହକଦୀପ୍‌ କୌର ବୋଲି ଜଣାପଡ଼ିଛି। ମହିଳାଙ୍କ ସହିତ ୨୩ ବର୍ଷୀୟ ଦେବେନ୍ଦ୍ର ସିଂହଙ୍କୁ ପଞ୍ଜାବର ଗୁରୁଦାସପୁର ଜିଲ୍ଲାରୁ ଗିରଫ କରାଯାଇଛି। ରାଜସ୍ଥାନ ଆତଙ୍କବାଦୀ ନିରୋଧୀ ସ୍କ୍ବାଡ (ଏଟିଏସ୍‌), ଶ୍ରୀ ଗଙ୍ଗାନଗର ପୁଲିସ ଓ ପଞ୍ଜାବ ପୁଲିସ ଏକ ମିଳିତ ଅପରେସନରେ ଏହି ଗିରଫଦାରୀ କରାଯାଇଛି। ଦେବେନ୍ଦ୍ର ମହକଦୀପଙ୍କୁ ଅପରେସନ କର୍ଯ୍ୟକାରୀ କରିବାରେ ସହଯୋଗ କରିଥିବା ତଦନ୍ତକାରୀ କହିଛନ୍ତି।
ମହକଦୀପ ପଚରାଉଚରାବେଳେ କହିଛନ୍ତି ଯେ, ସେ ପାକିସ୍ତାନରେ ଦୁଇଜଣଙ୍କ ସହିତ ସମ୍ପର୍କରେ ଥିଲେ ଓ ସେମାନଙ୍କ କୋଡ ନାମ ଶାହା ଓ ଚାଚା ଥିଲା। ରାଜସ୍ଥାନ ପୁଲିସ କହିଛି ଯେ, ଏହି କୋଡ ନାମ ଆଇଏସ୍‌ଆଇ ଅପରେଟିଭ୍‌ଙ୍କ ପାଇଁ ବ୍ୟବହାର କରାଯାଇଥିଲା। ସୂତ୍ର ଅନୁଯାୟୀ, ମହକଦୀପ୍‌ଙ୍କ ସହିତ ଆଇଏସ୍ଆଇର ଜଣେ ଅପରେଟିଭ୍‌ ପ୍ରେମ ସମ୍ପର୍କ ସ୍ଥାପନ କରିବା ପରେ ସେ ଏହି ନେଟୱର୍କ ସହିତ ଯୋଡ଼ି ହୋଇଥିଲେ। ପୁଲିସ ମହକଦୀପ୍‌ଙ୍କଠାରୁ ଦୁଇଟି ଅସ୍ତ୍ରଶସ୍ତ୍ର, ୪୬ଟି କ୍ୟାଟ୍ରିଜ୍‌ ଓ ୩୦,୦୦୦ ଟଙ୍କା ଜବତ କରିଥିଲେ।

ad-week
Leave A Reply

Your email address will not be published.