ନରେନ୍ଦ୍ର ପୁଷ୍କରିଣୀରେ ଭକ୍ତଙ୍କ ପାଇଁ ବଢ଼ିବ ସୁବିଧା, ଉନ୍ନତିମୂଳକ କାର୍ଯ୍ୟର ତଦାରଖ କଲେ ମୁଖ୍ୟ ପ୍ରଶାସକ

kalipuja

ପୁରୀ ୧୫।୧୧: ନରେନ୍ଦ୍ର ପୁଷ୍କରିଣୀର ପାରିପାର୍ଶ୍ବିକ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ସମେତ ନରେନ୍ଦ୍ର ପୁଷ୍କରିଣୀରେ ଶ୍ରଦ୍ଧାଳୁ ମାନେ ବୁଡ ପକାଇବା ସହ ଦଶାହ କାର୍ଯ୍ୟ ଇତ୍ୟାଦି କରୁଥିବାରୁ ସେମାନଙ୍କୁ ଆନୁସଙ୍ଗିକ ସୁବିଧା ଯୋଗାଇବା ପାଇଁ ନରେନ୍ଦ୍ର ପୁଷ୍କରିଣୀ ପରିସରରେ ଉନ୍ନତିମୂଳକ କାର୍ଯ୍ୟ ଜାରି ରହିଛି ।
ନରେନ୍ଦ୍ର ପୁଷ୍କରିଣୀ ସମ୍ମୁଖରେ ବ୍ୟାପକ ଟଏଲଟ୍ର ବ୍ୟବସ୍ଥା ହୋଇଥିବା ବେଳେ ଏବେ ସେଠାରେ ଅଭ୍ୟର୍ଥନା କେନ୍ଦ୍ର ସହ ସୂଚନାକେନ୍ଦ୍ର ଓ ମହାପ୍ରସାଦ ସେବନ ପାଇଁ ଏକ କକ୍ଷ ନିର୍ମାଣ କାର୍ଯ୍ୟକୁ ବୁଲି ଦେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ତେବେ ନବନିର୍ମିତ କୋଠାର ପ୍ରଥମ ମହଲାରେ ଚନ୍ଦନଯାତ୍ରା ସମୟରେ ଭଜନ ପରିବେଷଣ କରାଯିବ ଓ ତଳେ ଥିବା ସମସ୍ତ ଭକ୍ତମାନେ ଏହାକୁ କିଭଳି ଦେଖିପାରିବେ ସେନେଇ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଥିବା କହିଛନ୍ତି ମୁଖ୍ୟ ପ୍ରଶାସକ। ତେବେ ନିର୍ମାଣ କାର୍ଯ୍ୟ କଳିଙ୍ଗ ସ୍ଥାପତ୍ୟ ଡିଜାଇନ୍ରେ କରାଯାଉଥିବା କହିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।

ad-week
Leave A Reply

Your email address will not be published.