ନିର୍ମଳାଙ୍କ ପ୍ରାକ୍‌ ବଜେଟ୍‌ ଆଲୋଚନା ଆରମ୍ଭ

kalipuja

ନୂଆଦିଲ୍ଲୀ: ଆସନ୍ତା ଆର୍ଥିକ ବର୍ଷ (୨୦୨୭-୨୮)ର ବଜେଟ୍‌ ପ୍ରସ୍ତୁତ କରିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଭିନ୍ନ ଅଂଶୀଦାରମାନଙ୍କ ସହ ବଜେଟ୍‌ ପୂର୍ବରୁ ହେଉଥିବା ଆଲୋଚନା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସେ ଅର୍ଥନୀତିଜ୍ଞ ଏବଂ କୃଷି ତଥା ଗ୍ରାମୀଣ ବିକାଶ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ଭେଟିଛନ୍ତି। ସେ ଅଂଶଗ୍ରହଣକାରୀମାନଙ୍କ ମତାମତ ଓ ପରାମର୍ଶ ଶୁଣିଛନ୍ତି।
ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ବ୍ୟାପାର ବିଭାଗର ସଚିବ, ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ଆଗାମୀ ଦିନ‌ରେ ଶିଳ୍ପ, କୃଷି, ବାଣିଜ୍ୟ, ଶ୍ରମିକ ସଂଗଠନ ଓ ଅନ୍ୟ କ୍ଷେତ୍ରର ପ୍ରତିନିଧିମାନଙ୍କ ସହ ମଧ୍ୟ ପର୍ଯ୍ୟାୟକ୍ରମେ ଏଭଳି ଆଲୋଚନା କରାଯିବ। ଆସନ୍ତା ୨୦୨୭ ଫେବ୍ରୁଆରି ୧ରେ କେନ୍ଦ୍ର ବଜେଟ୍ ଉପସ୍ଥାପନ ହେବାର ସମ୍ଭାବନା ରହିଛି।

ad-week
Leave A Reply

Your email address will not be published.