
ଶ୍ରୀନଗର: ଜମ୍ମ-କଶ୍ମୀରରେ ୩ ରୁ୪ ଆତଙ୍କବାଦୀଙ୍କ ଅନୁପ୍ରବେଶ କରିଥିବା ସୂଚନା ମିଳିଛି । ନଭେମ୍ବର ୧୧ ରେ କୁଲଗାମର ସିଆରପିଏଫ କ୍ୟାମ୍ପ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଆଢୁଆଳରେ ଏହି ଅନୁପ୍ରବେଶ କରାଯାଇଥିବା ସୁରକ୍ଷା ଏଜେନ୍ସି ସୂତ୍ରରୁ ଜଣାପଡିଛି । ଏହି ଆତଙ୍କବାଦୀମାନେ ଜୈଶ-ଇ-ମହମ୍ମଦର ବୋଲି ଜଣାପଡିଛି ।
ସୁରକ୍ଷା ବାହିନୀ ଆକ୍ରମଣକାରୀ ଆତଙ୍କବାଦୀ ମହମ୍ମଦ ଲତିଫ ଭଟ୍ ଏବଂ ଉମର ନିସାର ଡାରଙ୍କୁ ପିଛା କରୁଥିବା ସମୟରେ, ପୁଞ୍ଚ ଅଞ୍ଚଳରୁ ୩ କିମ୍ବା ୪ ଜଣ ଆତଙ୍କବାଦୀ ଭାରତରେ ପ୍ରବେଶ କରୁଥିବା ସୂଚନା ମିଳିଥିଲା । ବର୍ତ୍ତମାନ, ସେମାନେ ଜମ୍ମୁ-କାଶ୍ମୀରରେ ଆକ୍ରମଣ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି ।
ସୂଚନା ରହିଛି ଯେ ୨୮ କିମ୍ବା ୨୯ ତାରିଖ ପାଖାପାଖି ପାକିସ୍ତାନରୁ ଆଉ ଏକ ୩ କିମ୍ବା ୪ ଜଣ ଆତଙ୍କବାଦୀଙ୍କ ଗୋଷ୍ଠୀ ଜମ୍ମୁ ଏବଂ କାଶ୍ମୀରରେ ଅନୁପ୍ରବେଶ କରିବେ। ସେମାନେ କଠୁଆ ଦେଇ କିସ୍ତୱାର ଜିଲ୍ଲାରେ ପହଞ୍ଚିଛନ୍ତି । ଜମ୍ମୁ ଏବଂ କାଶ୍ମୀରର ସନ୍ଦିଗ୍ଧ ସ୍ଥାନଗୁଡ଼ିକରେ ପୋଲିସ, ସିଆରପିଏଫ ଏବଂ ଅନ୍ୟାନ୍ୟ ବାହିନୀ ମିଳିତ ଭାବରେ ସର୍ଚ୍ଚ ଅପରେସନ୍ କରୁଛନ୍ତି ।
