ଟ୍ରେଲର ଓ କାର୍ ମଧ୍ୟରେ ଭୟଙ୍କର ଧକ୍କା, ଗୋଟିଏ ପରିବାରର ୭ ମୃତ

kalipuja

ଗୁଜରାଟ: ଗୁଜରାଟରେ ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା ଘଟିଛି । ଭୁଜ-ଖାୱଡ଼ାର ଜାତୀୟ ରାଜପଥରେ ଟ୍ରେଲର ଓ କାର୍ ମଧ୍ୟରେ ଭୟଙ୍କର ଧକ୍କା ହୋଇଥିବା ଜଣାପଡିଛି । ଫଳରେ ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ, ୨ ଜଣ ମହିଳା ଏବଂ ୩ ଜଣ ଶିଶୁ ରହିଛନ୍ତି ।

ସୂଚନା ଅନୁଯାୟୀ, ଭୁଜରେ ନିୟୋଜିତ ଉତ୍ତରାଖଣ୍ଡର ଜଣେ ସେନା ଯବାନଙ୍କ ପରିବାର ଓ ସମ୍ପର୍କୀୟମାନେ କଚ୍ଛର ରଣ ବୁଲି ଦେଖି ଭୁଜକୁ ଫେରୁଥିଲେ । ଶନିବାର ରାତି ପ୍ରାୟ ୧୦ଟା ସମୟରେ ଭୁଜ-ଖାୱଡ଼ା ଜାତୀୟ ରାଜପଥରେ ଏକ ଟ୍ରେଲର ସହ ସେମାନଙ୍କ କାର୍‌ର ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍‌ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଏଥିସହ କାର୍‌ରେ ଥିବା ସମସ୍ତ ୭ ଜଣଙ୍କର ଘଟଣାସ୍ଥଳରେ ହିଁ ଜୀବନ ଚାଲିଯାଇଥିଲା । କାର୍‌ଟି ଚାପି ହୋଇଯାଇଥିବାରୁ ମୃତଦେହଗୁଡ଼ିକୁ ବାହାର କରିବା ପାଇଁ ଉଦ୍ଧାରକାରୀ ଦଳକୁ ଅନେକ ସମୟ ଲାଗିଥିଲା ।

ଅନ୍ୟପଟେ ମୃତକଙ୍କର ପରିଚୟ ଚିହ୍ନଟ କରାଯିବା ସହ ସେମାନେ ଉତ୍ତରାଖଣ୍ଡର ଗଢ଼ୱାଲ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ସୌରଭ ସିଂହ ନେଗୀ, ତାଙ୍କ ପତ୍ନୀ ସବିତା ଓ ୩ ମାସର ଝିଅ ସିଭିକାଙ୍କ ସମେତ ରାଜେଶ ସିଂହ ରାୱତ, ତାଙ୍କ ଝିଅ ରକ୍ଷିତା, ରିଙ୍କି ଗୋସାଇଁ ଏବଂ ତାଙ୍କ ୪ ବର୍ଷର ଝିଅ ୱାମିକା ରହିଛନ୍ତି । ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ad-week
Leave A Reply

Your email address will not be published.