ଥାନାରେ ଏସ୍‌ଆଇଙ୍କ ସନ୍ଦେହଜନକ ମୃତ୍ୟୁ

kalipuja

ରାୟଗଡା: ପୁଣି ଚାଞ୍ଚଲ୍ୟ ଖେଳାଇଛି ପୋଲିସ ଏସ୍‌ଆଇଙ୍କ ମୃତ୍ୟୁ ଘଟଣା। ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନାରେ କାର୍ଯ୍ୟରତ ସବ୍‌ଇନ୍ସପେକ୍ଟର ବାପୁଜୀ ମଲ୍ଲିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କୁ ୫୮ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ଘର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ସିଧପୁର ଗ୍ରାମ ବୋଲି ଜଣାପଡ଼ିଛି।

ପୋଲିସ କହିବା ଅନୁଯାୟୀ ପ୍ରତିଦିନ ସଵ ଇନ୍ସପେକ୍ଟର ଜଣକ ପ୍ରାତଃ ଭ୍ରମଣରେ ଫେରି ରୋଲ କଲରେ ଯୋଗ ଦେଇଥାନ୍ତି କିନ୍ତୁ ଆଜି ରୋଲ କଲ ରେ ସେ ଯୋଗ ଦେଇନଥିଲେ। ଫଳରେ ଥାନାର ଅନ୍ୟ କର୍ମଚାରୀ ମାନେ ତାଙ୍କ ସରକାରୀ କ୍ଵାଟର୍ସକୁ ଡାକିବାକୁ ଯାଇଥିଲେ। କ୍ୱାର୍ଟର କବାଟ ଖୋଲି ଦେଖିଲା ବେଳକୁ ସେ ଶୋଇଥିବା ଅବସ୍ଥାରେ ଥିଲେ ଏବଂ ତାଙ୍କୁ ଯେତେ ଡାକିଲେ ମଧ୍ୟ ଉଠିନଥିଲେ। ସେ ନଉଠିବାରୁ ତାଙ୍କୁ ଉଦ୍ଧାର କରାଯାଇ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଟାସିଂ ଥାନା ଅଧିକାରୀଙ୍କ ସୂଚନା ଅନୁସାରେ, ପୂର୍ବରୁ ବାପୁଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଭଲ ନଥିଲା। ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ସେମାନେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଟାସିଂ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଗତ ମାସରେ ମଧ୍ୟ ଅମ୍ବାଦଳା ଥାନା ସବୁ ଇନିସପେକ୍ଟର ନିଜର ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିଲେ। ତେବେ ଏନେଇ ରାୟଗଡ଼ା ଏସପି ରାଜ ପ୍ରାସାଦଙ୍କ ସହିତ ଯୋଗାଯୋଗ କରିଥିଲେ ସୁଦ୍ଧା ପ୍ରତିକ୍ରିୟା ମିଳିପାରିନାହିଁ।

ad-week
Leave A Reply

Your email address will not be published.