
ପୁରୀ : ଭୁବନେଶ୍ୱର ରୁ କେନିଆ କିଡ୍ନାପର ଗିରଫ l ପୁରୀର ଜଣେ ନାବାଳିକା ଝିଅକୁ ଅପହରଣ କରି ଭୁବନେଶ୍ୱରର ଜାଗମରା ଅଞ୍ଚଳରେ ଏକ ଘରୋଇ ହୋଟେଲ ରଖିଥିଲା ଅଭିଯୁକ୍ତ l ଅନଲାଇନ କ୍ୟାରେମ ଗେମ ରୁ ପୁରୀ ର ନାବାଳିକା କୁ ପ୍ରଲୋଭନ ଦେଖାଇ ଅପହରଣ କରିଥିଲା କେନିଆ ର ମହମଦ ଫଇଜ ମହମଦ l ଅଭିଯୁ କୁ ଗିରଫ କରିଛି ଟାଉନ ଥାନା ପୋଲିସ l
ନାବାଳିକା ଜଣକ ପୁରୀର ଯୁକ୍ତ ଦୁଇର ଛାତ୍ରୀ l ଅଭିଯୁକ୍ତ ଛାତ୍ରୀ ଜଣକୁ ଅପହରଣ କରି ତାଙ୍କ ପରିବାର ଲୋକଙ୍କୁ ଏକ ଲକ୍ଷ ଟଙ୍କା ଦାବି କରିଥିଲା l ପରେ ପରିବାର ଲୋକେ ପୁରୀ ଟାଉନ ଥାନା ରେ ଅଭିଯୋଗ କରିବା ପରେ ପୁରୀ ପୋଲିସ ଘଟଣା କୁ ତଦନ୍ତ କରି ଭୁବନେଶ୍ୱର ରୁ ଅପହୃତ ଛାତ୍ରୀ ଏବଂ ଅଭିଯୁକ୍ତ କୁ ଗିରଫ କରିଛି ପୋଲିସ l ଗତ ନଭେମ୍ବର 18 ତାରିଖ ରେ ଅଭିଯୁକ୍ତ ପୁରୀ ଯାଇ ଛାତ୍ରୀଙ୍କୁ ଦେଖା କରିବା ସହ ତାଙ୍କୁ ଅପହୃତ କରିଥିଲା l
ଅଭିଯୁକ୍ତ ଜଣକ ଅପହୃତ ଛାତ୍ରୀଙ୍କୁ ଧର୍ମ ପରିବର୍ତନ କରିବା ଲାଗି ବାଧ୍ୟ୍ କରିଵା ସହ ଦୁଷ୍କର୍ମ କରିଥିବା ନେଇ ଅପହୃତ ଛାତ୍ରୀ ପୋଲିସକୁ ବୟାନ ଦେଇଛନ୍ତି l ଅଭିଯୁକ୍ତ ଠାରୁ କୋରାନ ଜବତ କରିଛି ପୁରୀ ପୋଲିସ l ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ପୋଲିସ l ଲବ ଜିହ୍ୱାଦ ନେଇ ଅନୁମାନ କରାଯଉଛି l ତେବେ ଅଧିକ ତଦନ୍ତ ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବ ପୋଲିସ l ସାମ୍ବାଦିକ ସମିଳନୀ ରେ ସୂଚନା ଦେଇଛନ୍ତି ପୁରୀ ଏସ୍ପି ପ୍ରତିକ୍ ସିଂ l
