ପଞ୍ଜାବ ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ; ଯବାନଙ୍କ ଗୁଳିରେ ଆତଙ୍କୀ ନିହତ

kalipuja

ନୂଆଦିଲ୍ଲୀ: ପାକିସ୍ତାନ ପଟୁ ଭାରତୀୟ ସୀମାକୁ ଅନୁପ୍ରବେଶ ଉଦ୍ୟମ ଜାରି ରହିଛି । ତେବେ ସୀମାରେ ମୁତୟନ ସୁରକ୍ଷାକର୍ମୀ ଏଭଳି ଉଦ୍ୟମକୁ ବିଫଳ କରୁଛନ୍ତି । ଏହି କ୍ରମରେ ଗୁରୁବାର ପଞ୍ଜାବରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଗୁଳି କରି ହତ୍ୟା କରିଛି ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)। ଏହାଦ୍ୱାରା ପାକିସ୍ତାନ ପଟୁ ହୋଇଥିବା ଆଉ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ପଠାନକୋଟରେ ଭାରତ-ପାକିସ୍ତାନ ସୀମା ନିକଟରେ ଏହି ଘଟଣା ଘଟିଛି। ଗୁରୁବାର ରାତି ପ୍ରାୟ ୨ଟା ସମୟରେ ଉଝ୍‌ ନଦୀ କୂଳରେ ଥିବା ବିଓପି ପାହାଡ଼ିପୁର ପୋଷ୍ଟ ନିକଟରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ଭାରତୀୟ ସୀମା ଭିତରକୁ ପଶି ଆସିଥିଲେ। ସେ ପ୍ରାୟ ୧୨୦ ମିଟର ଭାରତୀୟ ଅଞ୍ଚଳ ଭିତରକୁ ପ୍ରବେଶ କରିଥିବା ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ, ଅନୁପ୍ରବେଶକାରୀର ବୟସ ପ୍ରାୟ ୨୦ ବର୍ଷ ହେବ। ବିଏସ୍‌ଏଫ୍‌ ଯବାନମାନେ ତାଙ୍କୁ ଅଟକିବାକୁ ସତର୍କ କରିଥିଲେ। କିନ୍ତୁ ସତର୍କବାଣୀ ସତ୍ତ୍ୱେ ସେ ଅନ୍ତର୍ଜାତୀୟ ସୀମା ଆଡ଼କୁ ଆଗକୁ ବଢ଼ିବା ଜାରି ରଖିଥିଲେ । ଏହାପରେ ବିଏସ୍‌ଏଫ୍‌ ଯବାନମାନେ ଗୁଳି ଚଳାଇବାରୁ ତାର ମୃତ୍ୟୁ ହୋଇଥିଲା । ସୀମା ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ଏଠାରେ ବିଭିନ୍ନ ଅତ୍ୟାଧୁନିକ ବୈଷୟିକ ଉପକରଣ ସହ ସ୍ମାର୍ଟ ବାଡ଼ ଲଗାଯାଇଛି ।

ad-week
Leave A Reply

Your email address will not be published.