ଆସାନସୋଲରେ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ପ୍ରତାପ ଦାସ ଆହତ

kalipuja

କୋଲକାତା: ଆସାନସୋଲରେ ପୋଲିସର ବଡ଼ ଅପରେସନ୍। ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ପ୍ରତାପ ଦାସ ଓରଫ ପାଓଁ ଆହତ । ପଶ୍ଚିମବଙ୍ଗର ଆସାନସୋଲର ଇସମାଇଲ ଅଞ୍ଚଳରେ ଆଜି ସକାଳୁ ଦେଖିବାକୁ ମିଳିଥିଲା ହାଇଡ୍ରାମା । ସାଇବର ଠକେଇ ସମେତ ମର୍ଡର ଓ ଡକାୟତି ଭଳି ଏକାଧିକ ସଙ୍ଗୀନ ମାମଲାରେ ୱାଣ୍ଟେଡ୍ ଥିବା ପ୍ରତାପ ଦାସକୁ ଧରିବା ପାଇଁ ପୋଲିସ ଜାଲ ବିଛାଇଥିଲା ।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପଶ୍ଚିମ ବର୍ଦ୍ଧମାନ ଜିଲ୍ଲା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଇସମାଇଲ ଅଞ୍ଚଳରେ ଚଢ଼ାଉ କରିଥିଲା । ପୋଲିସକୁ ଦେଖି ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପ୍ରତାପର ଗୋଡ଼ରେ ବାଜିଥିଲା ଗୁଳି। ପୋଲିସ ଗୁଳିରେ ଆହତ ହୋଇଥିବା ପ୍ରତାପକୁ ଚିକିତ୍ସା ପାଇଁ ଆସାନସୋଲ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ନଭେମ୍ବର ୨୫ ତାରିଖରେ ପ୍ରତାପ ନିଜ ସ୍ତ୍ରୀକୁ ଭେଟିବା ପାଇଁ ହୀରାପୁର ଥାନା ଅନ୍ତର୍ଗତ ଇସମାଇଲ ସ୍ଥିତ ଘରକୁ ଆସିଥିଲା । ଖବର ପାଇ ଆସାନସୋଲ ପୋଲିସ ସେଠାରେ ଚଢ଼ାଉ କରିଥିଲା ।

ସେହି ସମୟରେ ପ୍ରତାପ ପୋଲିସ ଉପରକୁ ୨ରୁ ୩ ରାଉଣ୍ଡ ଗୁଳି ଚଳାଇ ପାଚେରୀ ଡେଇଁ ଫେରାର ହୋଇଯାଇଥିଲା । ଏହି ଘଟଣା ପରେ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଥିଲା। ଆଜି ପ୍ରତାପକୁ ଏନକାଉଣ୍ଟର କରି ଗିରଫ କରିଛି ପୋଲିସ । କଡ଼ା ସୁରକ୍ଷା ବଳୟରେ ଆସାନସୋଲ ଜିଲ୍ଲା ହସ୍ପିଟାଲରେ ପ୍ରତାପକୁ ଭର୍ତ୍ତି କରାଯାଇଛି । ସୁସ୍ଥ ହେବା ପରେ କୋର୍ଟ ଚାଲାଣ କରାଯିବ ।

ad-week
Leave A Reply

Your email address will not be published.