ବିବାହ ଉତ୍ସବରେ ବୋମାମାଡ଼: ୧୭ ମୃତ !

kalipuja

ନୂଆଦିଲ୍ଲୀ: ଶନିବାର ମିଆଁମାରର ଏକ ବିବାଦୀୟ ଅଞ୍ଚଳରେ ଚାଲିଥିବା ଏକ ବିବାହ ଉତ୍ସବ ଉପରକୁ ସେଠାକାର ସେନା ଏୟାରଷ୍ଟ୍ରାଇକ୍ କରିଛି । ଯାହାଫଳରେ ୧୭ରୁ ଊର୍ଦ୍ଧ୍ୱ ମୃତ୍ୟୁବରଣ କରିଥିବା ସମାଜିକ ଗଣମାଧ୍ୟମରେ ଉଲ୍ଲେଖ କରାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଦ୍ୱାରା ଉତ୍ତୋଳିତ କିଛି ଭିଡିଓରେ ଆକ୍ରମଣ ପରେ ରକ୍ତାକ୍ତ ଆହତମାନଙ୍କୁ ଚିକିତ୍ସା ପାଇଁ ନିଆଯାଉଥିବା ଦେଖାଯାଇଛି। ଏହି ଆକ୍ରମଣ ସାନ୍ ଓ କରେନି ରାଜ୍ୟର ସୀମାନ୍ତବର୍ତ୍ତୀ ମୋଏ ବାଏ ଅଞ୍ଚଳର ଏକ ଗାଁରେ ଘଟିଛି ଯେଉଁଠି ବହୁ ସଂଖ୍ୟକ ବିସ୍ଥାପିତ ଲୋକ ରହୁଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ୨୦୨୧ ମସିହାରେ ଆଙ୍ଗ୍ ସାନ୍ ସୁ କିଙ୍କ ନିର୍ବାଚିତ ସରକାରକୁ ସାମରିକ ବିଦ୍ରୋହ ଜରିଆରେ କ୍ଷମତାଚ୍ୟୁତ କରାଯିବା ପରଠାରୁ ମିଆଁମାରରେ ଗୃହଯୁଦ୍ଧ ଲାଗି ରହିଛି। ତଥ୍ୟ ଅନୁସାରେ, ଏହି ଗୃହଯୁଦ୍ଧରେ ଉଭୟ ପକ୍ଷର ୧ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ମୋଏ ବାଏ ସହର ଉପରେ ସାମରିକ ବାହିନୀର ନିୟନ୍ତ୍ରଣ ରହିଥିବାବେଳେ ସହର ବାହାରର ଗାଁ ଓ ଗ୍ରାମାଞ୍ଚଳରେ ବିରୋଧୀ ଶକ୍ତିଙ୍କ ପ୍ରଭାବ ରହିଛି।

ଜଣେ ପ୍ରତ୍ୟକ୍ଷର୍ଦୀଙ୍କ କହିବା ଅନୁଯାୟୀ ସେ ଘର ଭିତରକୁ ଯିବା ପରେ ହଠାତ୍ ବୋମା ବିସ୍ଫୋରଣର ଶବ୍ଦ ଶୁଣିଲେ। ଏୟାରଷ୍ଟ୍ରାଇକ୍ ହୋଇଥିବା ସ୍ଥାନରୁ ପ୍ରବଳ ଧୂଆଁ ବାହାରୁଥଲା । ଯେଉଁ ଘର ଉପରେ ବୋମାମାଡ଼ ହୋଇଥିଲା, ସେଠାରେ ଦୁଇ ଜଣ ବିସ୍ଥାପିତ ବ୍ୟକ୍ତିଙ୍କ ବିବାହ ପାଇଁ ପ୍ରସ୍ତୁତି ଚାଲିଥିଲା। ଆକ୍ରମଣ ପରେ ସେଠାରେ ୧୭ଟି ମୃତଦେହ ସେ ଦେଖିବା ସହ ଅନେକ ଆହତ ହୋଇଥିବା ମଧ୍ୟ ଦେଖିବାକୁ ପାଇଥିଲେ ।

ad-week
Leave A Reply

Your email address will not be published.