ନିର୍ବାଚନୀ ହିଂସାକୁ ବରଦାସ୍ତ କରାଯିବନି: ଡିଜିପି

add-all

ଭୁବନେଶ୍ବ: ନିର୍ବାଚନୀ ହିଂସାକୁ ବରଦାସ୍ତ କରାଯିବ ନାହିଁ । ଏଥିରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ପରବର୍ତ୍ତି ୪ ଟି ପର୍ଯ୍ୟାୟକୁ ବିଶେଷ ଗୂରୁତ୍ୱ ଦିଆଯିବ ବୋଲି ଡିଜିପି ସୁନୀଲ ବଂଶଲ କହିଛନ୍ତି। ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଗୋଟେ ଦୁଇଟି ସ୍ଥାନରେ ହିଂସା ଘଟିଛି ।

ଯେଉଁଠି ହିଂସା ଘଟିଛି ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତଦନ୍ତ କରି ଗିରଫ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ବଳକା ୪ ଟି ପର୍ଯ୍ୟାୟ ନିର୍ବାଚନକୁ ସୁରୁଖୁରରେ କରିବା ପାଇଁ ପ୍ରୟାସ ଜାରୀ ରହିଛି। ସେଥିପାଇଁ ପୋଲିସ ପ୍ରଶାସନ ପ୍ରସ୍ତୁତି ରହିଛି ।

ତେବେ ନିର୍ବାଚନରେ ଭାଗ ନେବା ପାଇଁ ଲୋକେ ସ୍ବଇଚ୍ଛାରେ ଭୋଟ ଦେବାକୁ ଆସୁଛନ୍ତି । ଏପରିକି ମାଓବାଦୀ ପ୍ରବଣ ଅଞ୍ଚଳରେ ମଧ୍ୟ ନିର୍ବାଚନ ସୁରୁଖରୁରେ ସମ୍ପନ୍ନ ହୋଇଥିବା ପୋଲିସ ଡିଜିପି ସୁନିଲ ବଂଶଲ କହିଛନ୍ତି।

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ମୁଖ୍ୟ ସଚିବ, ଡିଜିପି ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ହୋଇଥିବା ହିଂସା ଓ ନିର୍ବାଚନ ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା ମଧ୍ୟ ହୋଇଯାଇଛି ।

ad-week
Leave A Reply

Your email address will not be published.