ମମିତା ମେହେର ମାମଲା ସିବିଆଇକୁ ହସ୍ତାନ୍ତର ହେବା ଦରକାର : ଜାତୀୟ ମହିଳା କମିଶନ ଅଧ୍ୟକ୍ଷା

add-all

ଭୁବନେଶ୍ବର: ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ୍‌ସ୍ଥିତ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ନେଇ କଟକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଜାତୀୟ ମହିଳା କମିସନ ଅଧ୍ୟକ୍ଷା ରେଖା ଶର୍ମା ପ୍ରେସମିଟ୍ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ ମମିତା ମେହେର ପ୍ରସଙ୍ଗ ଉଠାଇଛନ୍ତି।

ଏହି ଘଟଣାରେ ପୁଲିସ ତଦନ୍ତ କରିନଥିବା ସେ ଅଭିଯୋଗ ଆଣିଛନ୍ତି । ତେଣୁ ଏହି ଘଟଣାରେ ସେ ପୁଲିସ ଡ଼ିଜିଙ୍କୁ ଭେଟି ପୁଲିସ ତଦନ୍ତ ସମ୍ପର୍କରେ ଆଲୋଚନା କରିବେ । ଏହି ଘଟଣାର ତଦନ୍ତ ସିବିଆଇକୁ ଦେବା ଉଚିତ୍।

ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ପୁଲିସ ଧାର୍ଯ୍ୟ ସମୟର ଚାରିଦିନ ଆଗରୁ ବଂଗୋମୁଣ୍ଡା ଜେଏମ୍‌ଏଫ୍‌ସିରେ ଚାର୍ଜସିଟ ଦାଖଲ କରିଛି। ମେହେର ହତ୍ୟାକାଣ୍ଡର ଫାଇନାଲ ଚାର୍ଜସିଟ ଦାଖଲ କରାଯାଇଥିବା ନେଇ ଉତ୍ତରାଚଂଳ ଡିଆଇଜି ଦୀପକ କୁମାର ନିକଟରେ ସୂଚନା ଦେଇଛନ୍ତି। ପାଖାପାଖି ଦୁଇ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରାଯାଇଥିବା ବେଳେ ୧୩ ଜଣଙ୍କ ୧୬୪ ବୟାନ ରେକର୍ଡ କରାଯାଇଛି। ପାଖାପାଖି ୧୦୦ ଜଣଙ୍କର ୧୬୧ ବୟାନ ରେକର୍ଡ କରାଯାଇଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି। ଫରେନସିକ, ସାଇଣ୍ଟିଫିକ, ଡାଇରେକ୍ଟ ଏବଂ ଇନଡାଇରେକ୍ଟ ଏଭିଡେନସକୁ ତଥା ବିଭିନ୍ନ ପ୍ରକାର ତଥ୍ୟ ପ୍ରମାଣକୁ ଭିତ୍ତି କରି ପୁଲିସ ଫାଇନାଲ ଚାର୍ଜସିଟ ଦେଇଥିବା କହିଛନ୍ତି ଡିଆଇଜି ଦୀପକ କୁମାର।

ad-week
Leave A Reply

Your email address will not be published.