ଅତ୍ୟନ୍ତ ଜଟିଳ ପର୍ଯ୍ୟାୟ ଦେଇ ଗତି କରୁଛି ଭାରତ-ଚୀନ୍‌ ସମ୍ପର୍କ: ଏସ୍‌. ଜୟଶଙ୍କର

add-all

ମ୍ୟୁନିକ୍‌: ବେଜିଙ୍ଗ୍‌ ସୀମାନ୍ତ ରାଜିନାମା ଉଲ୍ଲଂଘନ କରିବା ଯୋଗୁଁ ଭାରତ-ଚୀନ୍‌ ସମ୍ପର୍କ ଅତ୍ୟନ୍ତ ଜଟିଳ ପର୍ଯ୍ୟାୟ ଦେଇ ଗତି କରୁଛି ବୋଲି ଶନିବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି। ସୀମାନ୍ତ ପରିସ୍ଥିତି ସମ୍ପର୍କର ପରିସ୍ଥିତି ନିର୍ଦ୍ଧାରଣ କରେ ବୋଲି ମଧ୍ୟ ସେ ଗୁରୁତ୍ବାରୋପ କରି କହିଛନ୍ତି।
ମ୍ୟୁନିକ୍‌ରେ ‘ମ୍ୟୁନିକ୍‌ ସିକ୍ୟୁରିଟି କନ୍‌ଫରେନ୍ସ୍‌’ର (ଏମ୍‌ଏସ୍‌ସି) ‘୨୦୨୨ ପାନେଲ୍‌ ଡିସ୍‌କସନ୍‌’ରେ ଉଦ୍‌ବୋଧନ ଦେଇ ଉପରୋକ୍ତ କଥା କହିବା ସହ ଜୟଶଙ୍କର କହିଛନ୍ତି ଯେ, ଚୀନ୍‌ ସହ ସମ୍ବନ୍ଧ ରକ୍ଷା କରିବାରେ ଭାରତ ସମସ୍ୟାର ସମ୍ମୁଖୀନ ହେଉଛି।
ଆୟୋଜକମାନଙ୍କର ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଲେ, ୪୫ ବର୍ଷ ହେବ ଶାନ୍ତି ଥିଲା, ସୀମାନ୍ତ ପରିଚାଳନା ସ୍ଥିର ଥିଲା, ୧୯୭୫ ମସିହା ପରଠାରୁ ସୀମାନ୍ତରେ କ‌ୌଣସି ସୈନ୍ୟ ମୃତାହତ ହୋଇ ନ ଥିଲେ। ‘ବାସ୍ତବ ନିୟନ୍ତ୍ରଣ ରେଖା’ ଅଞ୍ଚଳକୁ ସାମରିକ ବଳ ନ ଆଣିବାକୁ ଚୀନ୍‌ ସହ ଆମେ ଚୁକ୍ତି କରିଥିଲୁ। ଏବେ ସମସ୍ୟା ହେଉଛି, ଚୀନ୍‌ ସେ ରାଜିନାମା ଉଲ୍ଲଂଘନ କରିବାରୁ ପରିସ୍ଥିତି ବଦଳି ଗଲା।। ପ୍ରକୃତ କଥା ହେଲା, ସୀମାନ୍ତ ଅବସ୍ଥା ସମ୍ପର୍କର ଅବସ୍ଥା ନିର୍ଦ୍ଧାରଣ କରେ। ତେଣୁ, ଏବେ ଭାରତ-ଚୀନ୍‌ ସମ୍ପର୍କ ଅତ୍ୟନ୍ତ ଜଟିଳ ପର୍ଯ୍ୟାୟରେ ଦେଇ ଯିବା ସ୍ବାଭାବିକ କଥା।
ଉଲ୍ଲେଖଯୋଗ୍ୟ, ୨୦୨୦ ଜୁନ୍‌ ୧୫ ତାରିଖରେ ଗଲ୍‌ୱାନ୍‌ ଉପତ୍ୟକାରେ ଭାରତ-ଚୀନ୍‌ ସୈନିକମାନଙ୍କ ମଧ୍ୟରେ ଭୟାବହ ସଂଘର୍ଷ ହେବା ପରଠାରୁ ସୀମାନ୍ତରେ ଉତ୍ତେଜନା ଲାଗି ରହିଛି।

ad-week
Leave A Reply

Your email address will not be published.