କାନପୁର: ରବିବାର ଦିନ ଉତ୍ତରପ୍ରଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ ଏକ ମତଦାନ କେନ୍ଦ୍ରରେ ନିଜର ମତାଧିକାର ଅଧିକାର ସାବ୍ୟସ୍ତ କରୁଥିବା ବେଳେ ସେଲଫି କ୍ଲିକ୍ କରିବା ଏବଂ ଏକ ଭିଡିଓ ତିଆରି କରିଥିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟି (ବିଜେପି) ନେତ୍ରୀ ତଥା କାନପୁର ମେୟର ପ୍ରମିଳା ପାଣ୍ଡେଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଛି ବୋଲି ଉତ୍ତରପ୍ରଦେଶ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀମାନେ କହିଛନ୍ତି।
ସେମାନେ କହିଛନ୍ତି ଯେ ଅନ୍ୟ ଜଣେ ବିଜେପି ନେତା ତଥା ଦଳର ଯୁବ ମୋର୍ଚ୍ଚାର ସଂପାଦକ ନବାବ ସିଂଙ୍କ ବିରୋଧରେ ଏକ ମତଦାନ କେନ୍ଦ୍ର ଭିତରେ ସେଲଫି ଉଠାଇବା ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ କରାଯାଇଛି।
ଜିଲ୍ଲା ମାଜିଷ୍ଟ୍ରେଟ ନେହା ଶର୍ମା କହିଛନ୍ତି ଯେ ମେୟର ପାଣ୍ଡେ ହଡସନ ସ୍କୁଲର ମତଦାନ କେନ୍ଦ୍ର ଭିତରକୁ ନିଜର ମୋବାଇଲଫୋନ ୍ ନେଇଥିଲେ ଏବଂ ଭୋଟ୍ ଦେବା ସମୟରେ ସେଲଫି କ୍ଲିକ୍ କରିଥିଲେ। ଶର୍ମା କହିଛନ୍ତି ଯେ କାନପୁର ମେୟର ପ୍ରମିଳା ପାଣ୍ଡେ ନିର୍ବାଚନ ଆୟୋଗଙ୍କ ନିୟମଉଲ୍ଲଂଘନ କରିଛନ୍ତି ଏବଂ ସେ ଭୋଟ୍ ଦେଇଥିବା ଦଳର ନାମ ପ୍ରକାଶ କରିଛନ୍ତି। ମେୟର ଅନଲାଇନରେ ତାଙ୍କ ଭିଡିଓ ସେୟାର କରିଛନ୍ତି ଯାହା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହୋଇଛି।
ଏକ ପୃଥକ ମତଦାନ କେନ୍ଦ୍ରରେ, ନବାବ ସିଂ ମଧ୍ୟ ବୁଥ୍ ଭିତରେ ମୋବାଇଲ୍ ନେଇ ଏକ ଭିଡିଓ ସୁଟିଂ କରି ନିର୍ବାଚନ କମିଶନଙ୍କ ନିୟମକୁ ଉଲ୍ଲଂଘନ କରିଥିଲେ। ଉଲ୍ଲେଖଯୋଗ୍ୟ, ନିର୍ବାଚନ ଆୟୋଗ ମତଦାନ କେନ୍ଦ୍ର ଭିତରେ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
