ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟଓ COATS ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ

add-all

କୋରାପୁଟ: ସୁନାବେଡ଼ା ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ (Central University Of Odisha )ସହ ଚୁକ୍ତିନାମା ସ୍ବାକ୍ଷର କଲା କାଉନସିଲ ଫର୍ ଏନାଲିଟିକାଲ ଟ୍ରାଇବାଲ ଷ୍ଟଡିସ୍(COATS) । ଆଦିବାସୀଙ୍କ ଉନ୍ନତି କ୍ଷେତ୍ରରେ ଗବେଷଣା ଲାଗି ଶନିବାର ଏହି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ବିଶ୍ବବିଦ୍ୟାଳୟର କୁଳପତି ଶରତ କୁମାର ପାଳିତା ଏନେଇ ସୂଚନା ଦେଇଛନ୍ତି ।
COATS ଓ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତCUO କୁଳପତିଙ୍କ କହିବା ଅନୁଯାୟୀ, ଏହି ଚୁକ୍ତି ସ୍ବାକ୍ଷର ହେବା ଦ୍ବାରା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ କୋଟସରେ ଗବେଷଣା କରୁଥିବା ବ୍ୟକ୍ତିଙ୍କ ସହ ମିଶି ଲାଭବାନ ହେବା ସହ ଆଦିବାସୀ ଜନଜୀବନ ଉପରେ ଗବେଷଣାର ଧାରାରେ ନୂତନତ୍ବ ଆଣିପାରିବ । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସହ ହୋଇଥିବା ଚୁକ୍ତିନାମା ବଳରେ କୋଟସ ଏ ପର୍ଯ୍ୟନ୍ତ ଜାରି ରଖିଥିବା ଗବେଷଣା ଓ କର୍ମଶାଳା ଆୟୋଜନ କରିବା ସୁବିଧାଜନକ ହୋଇପାରିବ ବୋଲି କୋଟସର ନିର୍ଦ୍ଦେଶକ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି

ad-week
Leave A Reply

Your email address will not be published.