ହିନ୍ଦ ମଜଦୁର ସଭା ଓଡିଶା ଶାଖାର ସାଧାରଣ ସମ୍ପାଦକଙ୍କ ବିୟୋଗରେ ଶୋକସଭା

add-all


ଫୁଲବାଣୀ : ଫୁଲବାଣୀ ସାମ୍ବାଦିକ ଭବନ ସଂଗ୍ରାମୀ ଶ୍ରମିକ ନେତା ତଥା ହିନ୍ଦ ମଜଦୁର ସଭା ଓଡିଶା ଶାଖାର ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ନାଥ ତ୍ରିପାଠୀଙ୍କ ବିୟୋଗରେ ଏକ ଶୋକସଭା କନ୍ଧମାଳ ଜିଲ୍ଲା ମଜଦୂର ସଭାର ଆବାହକ ସତ୍ୟ ନାରାୟଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା | ଉକ୍ତ ସ୍ମୃତି ସଭା ରେ ସାମ୍ବାଦିକ ତଥା ପ୍ରେସ କ୍ଲବର ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ଛତୁର୍ଥ ଶ୍ରେଣୀ କର୍ମଚାରୀ ନେତା ବାମେଶ୍ବର କଁହର, ତ୍ରିନାଥ ବେହେରା, ସୁବାଷ ପ୍ରଧାନ, ଆଉଟ ସୋରସିଂ ନିର୍ମଳ ପ୍ଲସ ଠିକା କର୍ମଚାରୀ ସଂଘ କନ୍ଧମାଳ ସଭାପତି ରବିନ୍ଦ୍ର ବେହେରା ଅତିଥି ଭାବେ ଯୋଗ ଦେଇଥିଲେ।

ସ୍ବର୍ଗତ ଯୋଗେନ୍ଦ୍ର ନାଥ ତ୍ରିପାଠୀ ଜଣେ ସଂଗ୍ରାମୀ ଶ୍ରମିକ ନେତା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ର ପ୍ରଥମ ଅଧ୍ୟକ୍ଷ,ଶ୍ରମିକ ଆନ୍ଦୋଳନର ପ୍ରବାଦ ପୁରୁଷ ଓ ବିଶିଷ୍ଟ ସମାଜସେବୀ ନେତା ତଥା ହିନ୍ଦୁ ମଜଦୂର ସଭାର ସାଧାରଣ ସମ୍ପାଦକ ଥିଲେ।

ad-week
Leave A Reply

Your email address will not be published.