ବୁଥ ଜବରଦଖଲ ସହ ବିଡିଓଙ୍କୁ ଆକ୍ରମଣ

add-all

ଯାଜପୁର: ପୁଣି ଯାଜପୁରରେ ବୁଥ କ୍ୟାପଚରିଂ ବେଳେ ଉତ୍ତେଜନା। ଘଟଣା ସ୍ଥଳରେ ବିଡିଓଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ ଯାଜପୁର କୋରାଇ ବ୍ଲକ ଗୋଳେଇପୁର ପଞ୍ଚାୟତର ସୋତି ୟୁଜିଏମଇ ସ୍କୁଲରେ ଭୋଟଗ୍ରହଣ ଚାଲିଥିବା ବେଳେ ୮,୯,୧୦ ଓ ୧୧ ନମ୍ବର ବୁଥରେ ଦୁର୍ବୃତ୍ତଙ୍କ ଦ୍ଵାରା ଗଣ୍ଡଗୋଳ ହୋଇଥିଲା।

ଏହି ସମୟରେ ବୁଥ ଜବରଦଖଲ କରି ଦୁର୍ବୃତ୍ତମାନେ ଜବରଦସ୍ତ ଭୋଟ ବାକ୍ସରେ ଭୋଟ ପକାଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ଏବେ ସେହି କେନ୍ଦ୍ରରେ ମତଦାନ ବନ୍ଦ ରହିଛି। ବୁଥ ସମ୍ମୁଖରେ ବର୍ତ୍ତମାନ ସୁଦ୍ଧା ଉତ୍ତେଜନା ଲାଗି ରହିଛି।

ବୁଥ୍ କ୍ୟାପଚରିଂ ସମୟରେ ଉତ୍ତେଜନା ହୋଇଥିବାରୁ କୋରେଇ ବିଡିଓ ରଞ୍ଜନ ପରିଡା ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିଲେ କିନ୍ତୁ ତାଙ୍କ ଉପରେ ଆକ୍ରମଣ ହୋଇଥିବା ସୂଚାନ ମିଳିଛି। 

ad-week
Leave A Reply

Your email address will not be published.