ପଞ୍ଚାୟତ ନିର୍ବାଚନ ହିଂସା: ଯାଜପୁରରେ ୩ ସାମ୍ବାଦିକଙ୍କୁ ଆକ୍ରମଣ

add-all

ଯାଜପୁର: ମତଦାନ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିବା ଜଣାଯାଇଛି । ଖବର ସଂଗ୍ରହ କରୁଥିବାବେଳ ୩ଜଣ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଛି । ବିଞ୍ଝାରପୁର ବାଛଳ ପଞ୍ଚାୟତରେ ୨ ନଂ ବୁଥ ନିକଟରେ ଏହି ଆକ୍ରମଣ କରାଯାଇଛି । ବୁଥ ରିଗିଂ ଉଦ୍ୟମ ବେଳେ ଖବର ସଂଗ୍ରହ କରୁଥିବାବେଳ ୩ଜଣ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଛି ।

ପ୍ରକାଶ ଯେ, ପ୍ରଥମ ଓ ଦ୍ୱିତୀୟ ପର୍ୟ୍ୟାୟ ଭଳି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ୟ୍ୟାୟରେ ମଧ୍ୟ ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି ବିଶୃଙ୍ଖଳା। ଜିଲ୍ଲାର ଗୋଳେଇପୁର ପଞ୍ଚାୟତ ସୋତି ଗାଁରେ ବୁଥ୍ ସାମ୍ନାରେ କୋରେଇ ବିଡିଓଙ୍କୁ କିଛି ଲୋକ ଠେଲାପେଲା କରିଛନ୍ତି। ବୁଥ୍ ଜବରଦଖଲ ଉଦ୍ୟମ କରାଯାଉଥିବା ଖବର ପାଇ ବିଡିଓ ସେଠାରେ ପହଞ୍ଚିବା ପରେ ତାଙ୍କୁ କିଛି ଲୋକ ଠେଲାପେଲା କରିଥିଲେ। ଏହାକୁ ନେଇ ସୋତି ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ଖବର ଲେଖାଯିବା ସୁଦ୍ଧା ସେଠାରେ ମତଦନାକୁ ବନ୍ଦ ରଖାଯାଇଛି।

ସେହିପରି ଜିଲ୍ଲାର ବିଞ୍ଝାରପୁର ବ୍ଲକ୍‌ର ବାଛଳ ପଞ୍ଚାୟତର ୪ ଓ ୬ ନମ୍ବର ବୁଥ୍‌ରୁ ଭୋଟ୍‌ ବାକ୍ସ ଉଠାଇ ନେଇଛନ୍ତି ଦୁର୍ବୃତ୍ତ। ୪ ଜଣ ଦୁର୍ବୃତ୍ତ ୪ ନମ୍ବର ବୁଥ୍‌ରୁ ଭୋଟ୍ ବାକ୍ସ ଧରି ପଳାଇଛନ୍ତି। ସେହିପରି ୬ ନମ୍ବର ବୁଥ୍‌ରୁ ଭୋଟ୍‌ ବାକ୍ସ ଉଠାଇ ଦୁର୍ବୃତ୍ତମାନେ ନିକଟସ୍ଥ ଏକ ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ସେଠାରେ ମତଦାନ ବନ୍ଦ ରହିଥିବା ବେଳେ ଉତ୍ତେଜନା ଦେଖା ଦେଇଛି। ଦୁର୍ବୃତ୍ତମାନେ ଅନ୍ୟ ଭୋଟ୍ ବାକ୍ସ ନେଇ କେଉଁଆଡ଼େ ଗଲେ, ତାହା ଜଣାପଡ଼ି ନାହିଁ।

ad-week
Leave A Reply

Your email address will not be published.