ସାମ୍ବାଦିକମାନଙ୍କୁ ହୋଇଥିବା ଆକ୍ରମଣ ଘଟଣାର ଦୃଢ଼ ନିନ୍ଦା କରୁଛି : ପ୍ରଣବ ପ୍ରକାଶ ଦାସ

add-all

ଭୁବନେଶ୍ବର : ଯାଜପୁରର ଜିଲ୍ଲା ବିଞ୍ଝାରପୁରରେ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ହିଂସା ଓ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଛି। ବିଞ୍ଝାରପୁରର ବାଛୋଳ ପଞ୍ଚାୟତର ୨ ନମ୍ବର ବୁଥ୍‌ ରିଗିଂ ଉଦ୍ୟମ ହେଉଥିବା ଖବର ପାଇଁ କିଛି ଗଣମାଧ୍ୟମ ପ୍ରତିନିଧି ସେଠାରେ ଖବର ସଂଗ୍ରହ ପାଇଁ ପହଞ୍ଚିଥିଲେ। ତେବେ ସେଠାରେ ସେମାନଙ୍କୁ କିଛି ଦୁର୍ବୃତ୍ତ ନିସ୍ତୁକ ପିଟି ଥିଲେ। ଏମିତିକି ସେମାନଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଥିଲେ। ଏହି ଘଟଣାକୁ ନେଇ ସାରା ରାଜ୍ୟରେ ପ୍ରତିବାଦ ଦେଖିବାକୁ ମିଳିଛି।

ପଞ୍ଚାୟତ ନିର୍ବାଚନ ସମୟରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରଣମ ଏହି ଘଟଣାକୁ ନିନ୍ଦା କରିବା ସହିତ ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ବୋଲି କହିଛନ୍ତି ।ଯାଜପୁରର ବିଜେଡି ବିଧାୟକ ତଥା ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟୁଇଟ୍ କରି ଲେଖିଛନ୍ତି, ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ସାମ୍ବାଦିକମାନଙ୍କୁ ହୋଇଥିବା ଆକ୍ରମଣ ଘଟଣାର ଦୃଢ଼ ନିନ୍ଦା କରୁଛି । ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ଏପରି କାର୍ଯ୍ୟ କରିଥିବା ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ପୁଲିସ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ ଲେଖିଛନ୍ତି ।

ad-week
Leave A Reply

Your email address will not be published.