ରଣପୁରରେ ଭୟଙ୍କର ଦୁର୍ଘଟଣା, ୩୦ ଫୁଟ ତଳକୁ ଖସିଲା କାର

ନୟାଗଡ/ରଣପୁର: ନୟାଗଡ ଜିଲ୍ଲା ରଣପୁରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ମଣିନାଗ ପାହାଡରୁ ଗୋଟିଏ କାର୍ ଖସିପଡିଛି। ପ୍ରାୟ ୩୦ ଫୁଟ ତଳକୁ କାର୍ ଟି ଖସିପଡିଛି। ଫଳରେ ଗୋଟିଏ ପରିବାରର ୫ ଗୁରୁତର ହୋଇପଡିଛନ୍ତି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ର ଏକ ପରିବାର ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିଜ କାର୍ ଯୋଗେ ଯାଇଥିଲେ। ପରିବାରର ସମସ୍ତ ସଦସ୍ୟ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ମଣିନାଗ ଦର୍ଶନ କରି ଫେରୁଥିଲେ। ମା’ ମଣିନାଗ ପାହାଡରୁ ପାହାଡ ପାଦ ତଳ ପର୍ଯ୍ୟନ୍ତ ପ୍ରାୟ ୫ କିଲୋ ମିଟର ଲମ୍ବର ବୁଲାଣୀ ରାସ୍ତା। ରାସ୍ତାଟି ବୁଲାଣି ହୋଇଥିବାରୁ କାର୍ ଚଳାଇବା ବେଳେ ଚାଳକମାନଙ୍କୁ ସତର୍କତାର ସହ ଚାଳନା କରିବା ପାଇଁ ପଡିଥାଏ।

କିନ୍ତୁ ଦୁର୍ଭାଗ୍ୟବଶତଃ କାରଟି ଭାରସାମ୍ୟ ହରାଇ ମା’ ମଣିନାଗ ପୀଠରୁ ୩୦ ଫୁଟ ତଳକୁ ଖସିପଡିଥିଲା। ଫଳରେ ୫ ଯାତ୍ରୀ ଗୁରୁତର ହୋଇପଡିଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ରଣପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ଭୁବନେଶ୍ଵର ସ୍ଥାନାନ୍ତରିତ କରାଯାଇଛି।

ad-week
Leave A Reply

Your email address will not be published.