ପାକିସ୍ତାନରେ ଇଲେକ୍ଟ୍ରୋନିକ ମିଡିଆରେ ସେନା ଓ ନ୍ୟାୟପାଳିକା ସମ୍ବନ୍ଧରେ ଆଲୋଚନା କଲେ ହେବ ୫ବର୍ଷ ଜେଲ

add-all

ଇସଲାମାବାଦ ୨୧/୦୨ : ପାକିସ୍ତାନରେ ବୈଦ୍ୟୁତିକ ଗଣ ମାଧ୍ୟମରେ ସେନା, ନ୍ୟାୟପାଳିକା ସମେତ ସରକାରୀ ସଂସ୍ଥାର ଆଲୋଚନା କଲେ ପାଞ୍ଚବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଏହାଦ୍ୱାରା ପାକିସ୍ତାନ ଇମରାନ ସରକାରଙ୍କ ଶାସନରେ ଅସନ୍ତୁଷ୍ଟମାନଙ୍କର ସ୍ୱର ଉତ୍ତୋଳନକୁ ଚାପିଦେବାକୁ ଚେଷ୍ଠା କରାଯାଉଛି ବୋଲି କୁହାଯାଉଛି । ଏହି ସମ୍ବନ୍ଧୀୟ ଏକ ଅଧ୍ୟାଦେଶକୁ ପାକିସ୍ତାନରେ ଇମରାନ ସରକାରଙ୍କ କ୍ୟାବିନେଟରେ ମଞ୍ଜୁରି ପ୍ରଦାନ କରାଯାଇଛି ।      

ଇମରାନ କ୍ୟାବିନେଟରେ ଇଲେକ୍ଟ୍ରୋନିକ୍ସ କ୍ରାଇମ ପ୍ରିଭେନସନ ଆକ୍ଟରେ ଅଧ୍ୟାଦେଶ ଜରିଆରେ ସଂଶୋଧନକୁ ମଞ୍ଜୁରି ପ୍ରଦାନ କରାଯାଇଛି । ଏହି ଅଧ୍ୟାଦେଶ ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ କାର୍ଯ୍ୟକାରୀ ହେବ । ପାକିସ୍ତାନ କ୍ୟାବିନେଟରେ ନିର୍ବାଚନ ଆୟୋଗର ଆଚାର ସଂହିତାରେ ମଧ୍ୟ ସଂଶୋଧନ କରାଯାଇଛି ବୋଲି ବିଶେଷ ସୂତ୍ରରୁ ସୂଚନା ଦିଆଯାଇଛି ।   

ଏହା ଦ୍ୱାରା ସାଂସଦଙ୍କୁ ନିଜ ପସନ୍ଦର ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ଅଭିଯାନ ଚଲାଇବାର ରାସ୍ତା ଖୋଲିଯିବ। ନିର୍ବାଚନ ଆୟୋଗ ଦ୍ୱାରା ଲାଗୁ ହୋଇଥିବା ଆଚାର ସଂହିତାନକୁ ନେଇ ସମସ୍ତ ରାଜନୈତିକ ଦଳ ଆପତ୍ତି କରୁଥିଲେ। ସେଥିପାଇଁ ସରକାର ଅଧ୍ୟାଦେଶ ଜରିଆରେ ଆଚାର ସଂହିତାକୁ ସଂଶୋଧନ କରିବା ପାଇଁ ନିଷ୍ପତି ନେଇଥିଲେ ।   

ad-week
Leave A Reply

Your email address will not be published.