ଦାଦାସାହେବ ଫାଲ୍‌କେ ଆନ୍ତର୍ଜାତୀୟ ପୁରସ୍କାର: ‘ପୁଷ୍ପା’ ବର୍ଷର ଶ୍ରେଷ୍ଠ ଚଳଚ୍ଚିତ୍ର, ରଣବୀର ସିଂହ ଶ୍ରେଷ୍ଠ ଅଭିନେତା, କ୍ରିତି ସନନ୍ ଶ୍ରେଷ୍ଠ ଅଭିନେତ୍ରୀ

add-all

ମୁମ୍ବାଇ: ୨୦୨୨ର ଦାଦାସାହେବ ଫାଲ୍‌କେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ରବିବାର ମୁମ୍ବାଇରେ ଆୟୋଜିତ ହୋଇଛି। ଏଥିରେ ଦକ୍ଷିଣ ଭାରତର ବ୍ଲକବଷ୍ଟର୍ ଚଳଚ୍ଚିତ୍ର ‘ପୁଷ୍ପା‘କୁ ଫିଲ୍ମ ଅଫ୍ ଦ ଇୟର୍ ବା ବର୍ଷର ସର୍ବଶ୍ରେଷ୍ଠ ଫିଲ୍ମ ଘୋଷଣା କରାଯାଇଛି। ୧୯୮୩ ମସିହାରେ କ୍ରିକେଟ ବିଶ୍ଵକପ ଉପରେ ଆଧାରିତ ‘୮୩‘ ଚଳଚ୍ଚିତ୍ର ପାଇଁ ରଣବୀର ସିଂହଙ୍କୁ ସର୍ବଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କାର ଦିଆଯାଇଛି। ‘ମିମି’ ଚଳଚ୍ଚିତ୍ର ପାଇଁ କ୍ରିତି ସାନନଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ମନୋନୀତ କରାଯାଇଛି।
କାହାକୁ କେଉଁ ପୁରସ୍କାର ମିଳିଲା –
୧. ‘ପୁଷ୍ପା’ – ଫିଲ୍ମ୍ ଅଫ୍ ଦି ଇୟର୍
୨. ଆଶା ପାରେଖ୍ – ଫିଲ୍ମ ଇଣ୍ଡଷ୍ଟ୍ରିରେ ଉତ୍କୃଷ୍ଟ ଯୋଗଦାନ
୩. ରଣବୀର ସିଂହ – ସର୍ବଶ୍ରେଷ୍ଠ ଅଭିନେତା (ଚଳଚ୍ଚିତ୍ର: ‘ପୁଷ୍ପା’)
୪. କ୍ରିତି ସନନ୍ – ସର୍ବଶ୍ରେଷ୍ଠ ଅଭିନେତ୍ରୀ (ଚଳଚ୍ଚିତ୍ର: ‘ମିମି’)
୫. ‘ଶେରଶାହା’ – ସର୍ବଶ୍ରେଷ୍ଠ ଫିଲ୍ମ
୬. ଅଦର୍ ରାଉଣ୍ଡ୍ – ସର୍ବଶ୍ରେଷ୍ଠ ବିଦେଶୀ ଚଳଚ୍ଚିତ୍ର
୭. ଜୟକୃଷ୍ଣ ଗୁମ୍ମ ଡି – ସର୍ବଶ୍ରେଷ୍ଠ ସିନେମାଟୋଗ୍ରାଫର୍ (ଚଳଚ୍ଚିତ୍ର: ‘ହସିନା ଦିଲ୍ ରୁବା ହୈ’)
୮. ସତୀଶ କୌଶିକ୍ – ସର୍ବଶ୍ରେଷ୍ଠ ସହଅଭିନେତା (ଚଳଚ୍ଚିତ୍ର: ‘କାଗଜ୍’)
୯. ଲାରା ଦତ୍ତ – ସର୍ବଶ୍ରେଷ୍ଠ ସହଅଭିନେତ୍ରୀ (ଚଳଚ୍ଚିତ୍ର: ‘ବେଲ୍ ବଟମ୍’)
୧୦. କେନ୍ ଘୋଷ – ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ (ଚଳଚ୍ଚିତ୍ର: ଷ୍ଟେଟ୍ ଅଫ୍ ସିଜ୍ – ‘ଟେମ୍ପୁଲ୍ ଆଟାକ୍’)
୧୧. ଆୟୁଷ୍ ଶର୍ମା – ନକରାତ୍ମକ ଭୂମିକାରେ ସର୍ବଶ୍ରେଷ୍ଠ ଅଭିନେତା (ଚଳଚ୍ଚିତ୍ର: ‘ଅନ୍ତିମ୍’)
୧୨. ଅଭିମନ୍ୟୁ ସାନି – ଲୋକଙ୍କ ପସନ୍ଦର ସର୍ବଶ୍ରେଷ୍ଠ ଅଭିନେତା
୧୩. ରାଧିକା ମଦାନ – ଲୋକଙ୍କ ପସନ୍ଦର ସର୍ବଶ୍ରେଷ୍ଠ ଅଭିନେତ୍ରୀ
୧୪. ଆହାନ୍ ସେଟ୍ଟୀ – ସର୍ବଶ୍ରେଷ୍ଠ ପଦାର୍ପଣକାରୀ (ଚଳଚ୍ଚିତ୍ର: ‘ତଡପ୍’)
୧୫. ‘କେଣ୍ଡି’ – ସର୍ବଶ୍ରେଷ୍ଠ ଓ୍ଵେବ୍ ସିରିଜ୍
୧୬. ମନୋଜ ବାଜପେୟୀ – ଓ୍ଵେବ୍ ସିରିଜର ସର୍ବଶ୍ରେଷ୍ଠ ଅଭିନେତା (ଓ୍ଵେବ୍ ସିରିଜ୍ – ‘ଦ ଫେମିଲି ମ୍ୟାନ୍’)
୧୭. ରବୀନା ଟଣ୍ଡନ୍ – ଓ୍ଵେବ୍ ସିରିଜର ସର୍ବଶ୍ରେଷ୍ଠ ଅଭିନେତ୍ରୀ (ଓ୍ଵେବ୍ ସିରିଜ୍ – ‘ଅରଣ୍ୟକ୍’)
୧୮. ବିଶାଳ ମିଶ୍ର – ସର୍ବଶ୍ରେଷ୍ଠ ପୁରୁଷ ପାର୍ଶ୍ଵ ଗାୟକ
୧୯. କନିକା କପୁର – ସର୍ବଶ୍ରେଷ୍ଠ ମହିଳା ପାର୍ଶ୍ଵ ଗାୟିକା
୨୦. ‘ପୌଲି’ – ସର୍ବଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର
୨୧. ‘ଅନୁପମା’ – ବର୍ଷର ସର୍ବଶ୍ରେଷ୍ଠ ଟେଲିଭିଜନ୍ ସିରିଜ୍
୨୨. ଶହୀର୍ ଶେଖ୍ – ଟେଲିଭିଜନ୍ ସିରିଜରେ ସର୍ବଶ୍ରେଷ୍ଠ ଅଭିନେତା ( ‘କୁଛ୍ ରଙ୍ଗ୍ ପ୍ୟାର୍ କେ ଐସେ ଭି’ ପାଇଁ)
୨୩. ଶ୍ରଦ୍ଧା ଆର୍ଯ୍ୟ – ଟେଲିଭିଜନ୍ ସିରିଜରେ ସର୍ବଶ୍ରେଷ୍ଠ ଅଭିନେତ୍ରୀ (‘କୁଣ୍ଡଳି ଭାଗ୍ୟ’ ପାଇଁ)
୨୪. ଧୀରଜ ଧୁପର – ଟେଲିଭିଜନ୍ ସିରିଜର ସବୁଠୁ ପ୍ରତିଭାବାନ୍ ଅଭିନେତା
୨୫. ରୁପାଲି ଗାଙ୍ଗୁଲି – ଟେଲିଭିଜନ୍ ସିରିଜର ସବୁଠୁ ପ୍ରତିଭାବାନ୍ ଅଭିନେତ୍ରୀ
୨୬. ସିଦ୍ଧାର୍ଥ ମାଲହୋତ୍ରା – କ୍ରିଟିକ୍ସ ସର୍ବଶ୍ରେଷ୍ଠ ଅଭିନେତା ( ‘ଶେରଶାହ’ ପାଇଁ)
୨୭. ‘ସରଦାର ଉଦ୍ଧମ’ – କ୍ରିଟିକ୍ସ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର
୨୮. କିଆରା ଆଡଭାନି – କ୍ରିଟିକ୍ସ ସର୍ବଶ୍ରେଷ୍ଠ ଅଭିନେତ୍ରୀ

ad-week
Leave A Reply

Your email address will not be published.