ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଫଲଗୁ ପରିବାରର ଶ୍ରଦ୍ଧାଞ୍ଜଳି

add-all

ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ଦିଗରେ ନୂତନ ଚିନ୍ତନ ଓ ସୃଜନ ବିଚାର ରଖି ସାରସ୍ଵତ ସାଧନାରେ ନିରନ୍ତର ବ୍ରତୀ ରହି ଆସିଥିବା ବରିଷ୍ଠ ସାହିତ୍ୟିକ ଶିକ୍ଷାବିତ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ପ୍ରତି ଫଲଗୁ ପରିବାର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛି । ଅନୁଷ୍ଠାନ ର ସଭାପତି ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ କହିଛନ୍ତି ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ ଙ୍କ ଆକସ୍ମିକ ବିୟୋଗ ରେ ଗୋଟିଏ ସୁନ୍ଦର ପ୍ରତିଭା ଙ୍କୁ ସାହିତ୍ୟ ଜଗତ ହରେଇଛି। ଜଣେ ଆଦର୍ଶ ଛାତ୍ର ଓ ଉତ୍ତମ ବନ୍ଧୁ ଙ୍କୁ ହରେଇ ମ୍ରିୟମାଣ ବୋଲି ପ୍ରଫେସର ଚୌଧୁରୀ କହିଛନ୍ତି। ଫଲଗୁ ସାହିତ୍ୟ ସଂସଦ ର ସମ୍ପାଦକ ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ କହିଛନ୍ତି ଗଞ୍ଜାମ ଜିଲ୍ଲାର ସାହିତ୍ୟ ବିଭବ କୁ ରୁଚି ପୂର୍ଣ୍ଣ କରି ଓଡ଼ିଶା ରେ ଆମ ଅଞ୍ଚଳ ର ସାହିତ୍ୟ ମଞ୍ଚ ରୁ ଅଭିଭାବକ ପ୍ରତୁଲ ପ୍ରତିନିଧତ୍ଵ କରି ଆସୁଥିବା ପ୍ରଫେସର୍ ଦେବୀ ପ୍ରସନ୍ନ ପଟ୍ଟନାୟକ ଙ୍କ ବିୟୋଗ ଆମ ପାଇଁ ଅପୂରଣୀୟ କ୍ଷତି। ନୂତନ ପୀଢ଼ି ର ସାହିତ୍ୟ ଅନୁରାଗୀ ବିଚାର ଙ୍କୁ ଯୋଡିବା ପାଇଁ ଦେବୀ ସାର୍ ଙ୍କ ପ୍ରୟାସ ଚିର ସ୍ମରଣୀୟ ହୋଇ ରହିବ ବୋଲି ଡ଼ା ତ୍ରିପାଠୀ ଶୋକ ପ୍ରକାଶ କରି କହିଛନ୍ତି। କାର୍ଯ୍ୟକାରୀ ସଭାପତି ପ୍ରଫେସର୍ ମେଜର ରମା ରମଣ ପାଢ଼ୀ କହିଛନ୍ତି ଦେବୀ ପ୍ରସନ୍ନ ପଟ୍ଟନାୟକ ଙ୍କ ପରି ସାହିତ୍ୟ ସଂଗଠକ ଆଲୋଚକ ଓ ନୀତି ନିଷ୍ଠ ସାହିତ୍ୟ ଉପାସକ ଶିକ୍ଷା ବିତ୍ ଙ୍କ ବିୟୋଗ ରେ ଓଡ଼ିଶା ଭାଷା ସାହିତ୍ୟ ଜଗତ ର ପ୍ରତିଭା ପରିପୂର୍ଣ୍ଣ ଗୋଟିଏ ବିଶାଳ ଆକର୍ଷଣୀୟ ବ୍ୟକ୍ତିତ୍ଵ ଙ୍କ ଅଭାବ ଅନୁଭବ କରୁଛି। ବହୁମୁଖି ପ୍ରତିଭା ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ ସାହିତ୍ୟ ଜଗତ ପାଇଁ ଯେଉଁ ସ୍ବାକ୍ଷର ଛାଡ଼ି ଯାଇଛନ୍ତି ଚିର ସ୍ମରଣୀୟ ହୋଇ ରହିବେ।

ଫଲଗୁ ସାହିତ୍ୟ ସଂସଦ ର ଉପସଭାପତି ଡ ବିଦ୍ୟୁତ୍ ପ୍ରଭା ସାହୁ କୋଷାଧ୍ୟକ୍ଷ ପ୍ରଫେସର ଡ ସନ୍ତୋଷ କୁମାର ଦାଶ ଅମିତା ମିଶ୍ର ନାଲକୋ ର ପୂର୍ବତନ ବରିଷ୍ଠ ଅଧିକାରୀ ସୁନୀଲ କୁମାର ଚୌଧୁରୀ ଇ ଆଶୁତୋଷ ପାତ୍ର ସୁରେଶ କୁମାର ମହାପାତ୍ର ସ୍ଵର୍ଣ୍ଣ ମୟୀ ପାଢ଼ୀ ଯୁଗ୍ମ ସମ୍ପାଦକ ଦୀନବନ୍ଧୁ ଶ୍ରୀ ପଲ୍ଲବ ସୁଖେନ୍ଦୁ କୁମାର ଦାଶ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ବାଙ୍ଗାଲୋର ରୁ ପ୍ରଫେସର୍ ପି ଏସ ଏନ ପାତ୍ର ଏବଂ ଭୁବନେଶ୍ବର ରୁ ଡ କାର୍ତ୍ତିକ ଚନ୍ଦ୍ର ରାଉତ ପୁରୀ ଶ୍ରୀ ମନ୍ଦିରର ପୂର୍ବତନ ପ୍ରଶାସକ ବରିଷ୍ଠ ସାହିତ୍ୟକ ମହୀ ମୋହନ ତ୍ରିପାଠୀ ଙ୍କ ସମେତ ଫଲଗୁ ସାହିତ୍ୟ ସଂସଦ ଉପଦେଷ୍ଟା ପ୍ରଫେସର ବ୍ରଜ ମୋହନ ସାସମଲ୍ ଡ ନିଖିଳା ନନ୍ଦ ପାଣିଗ୍ରାହୀ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ ଙ୍କ ବିୟୋଗ ରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ad-week
Leave A Reply

Your email address will not be published.