ମୁକୁନ୍ଦପୁରରେ ନିର୍ବାଚନ ପରବର୍ତ୍ତୀ ହିଂସା: କାର୍ ଭଙ୍ଗାରୁଜା, ଥାନା ଘେରିଲେ ଗ୍ରାମବାସୀ

add-all

ଭଦ୍ରକ : ତିହିଡ଼ିରେ ରବିବାର ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ତେବେ ହିଂସାକାଣ୍ଡ କମିବାର ନାଁ ଧରୁନାହିଁ । ଗତକାଲି ରାତ୍ରିରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅଧୀନ ତିହିଡ଼ି ବ୍ଲକ୍ ମୁକୁନ୍ଦପୁର ପଞ୍ଚାୟତରେ ଏକ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କର କେତେକ ସମର୍ଥକ ଆକ୍ରମଣ କରିବା ତଥା ଗାଡ଼ିଭଙ୍ଗା ରୁଜା କରିବା ଘଟଣାରେ ଅସନ୍ତୋଷ ପ୍ରକାଶ କରି ଗ୍ରାମବାସୀମାନେ ମିଳିତ ହୋଇ ତିହିଡ଼ି ଥାନା ଘେରାଉ କରିବା ସହ ଲିଖିତ ଅଭିଯୋଗ କରିବା ପରେ ଜଣଙ୍କୁ ଅଟକ ରଖାଯାଇଛି ।

ହୋଇଥିବା ଅଭିଯୋଗ ଅନୁଯାୟୀ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଯୁବକ ହାତରେ ବାଡ଼ି ଓ ଭୁଜାଲି ଧରି ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଘରେ ଘରେ ପଶି ଝିଅବୋହୂଙ୍କୁ ଟଣାଓଟରା କରିଥିଲେ ଓ କବାଟ ଝରକା ଭାଙ୍ଗି ଦେଇଥିଲେ । ସେହିପରି ଗ୍ରାମରେ ଥିବା ଉତ୍କଳ ଯୁବ ପରିଷଦର କବାଟ ଭାଙ୍ଗି ଏକ ପାଣି ମୋଟର, ହାଣ୍ଡିକଡ଼ା, ରୋଷେଇ ସରଞ୍ଜାମ ଓ ଏକ ସ୍କୁଟି ଗାଡ଼ିକୁ ନେଇଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ସେହିପରି ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ଭାଇ ହିମାଦ୍ରୀ ରାଉତରାୟଙ୍କର ଏକ କାରକୁ ବାଡ଼ିରେ ପିଟି ଭାଙ୍ଗି ଦେଇଛନ୍ତି । ବାପୁଲି ପରିଡ଼ା ନାମକ ଜନୈକ ଯୁବକକୁ ବାଡ଼ିରେ ପିଟି କ୍ଷତାକ୍ତ କରିଦେବା ଦ୍ୱାରା ସେ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ସର୍ବେଶ୍ୱର ପରିଡ଼ା ନାମକ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି । ଆକ୍ରମଣକାରୀମାନଙ୍କୁ ବିରୋଧରେ ତୁରନ୍ତ କାର୍ଯ୍ୟାନୁୁଷ୍ଠାନ ଗ୍ରହଣ କରିବାକୁ ଶତାଧିକ ଗ୍ରାମବାସୀ ଆଜି ଥାନାରେ ଦାବି କରିଛନ୍ତି ।

ad-week
Leave A Reply

Your email address will not be published.