ପୋଲିସ କମିସନରେଟ ରେଡ୍‌କ୍ରସ୍‌ କାର୍ଯ୍ୟନିର୍ବାହୀ ସମିତି ବୈଠକ

Independence

ଭାରତୀୟ ରେଡକ୍ରସ୍ ସୋସାଇଟି, ପୋଲିସ କମିସନରେଟ ଆଞ୍ଚଳିକ ଶାଖାର କାର୍ଯ୍ୟନିର୍ବାହୀ ସମିତି ବୈଠକ ଅନୁଷ୍ଠାନର ଅଧକ୍ଷ ତଥା ପୋଲିସ କମିସନର ସୈାମେନ୍ଦ୍ର କୁମାର ପ୍ରୀୟଦର୍ଶୀଙ୍କ ଅଧକ୍ଷତାର ପୋଲିସ ସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅଧକ୍ଷ ଶ୍ରୀଯୁକ୍ତ ପ୍ରୀୟଦର୍ଶୀ କାର୍ଯ୍ୟନିର୍ବାହୀ ସମିତିର ସଦସ୍ୟ ସଦସ୍ୟା ମାନଙ୍କୁ ସ୍ୱାଗତ କରିବା ସହିତ ବିଗତ ଦିନରେ ହୋଇଥିବା ସେବା ମୁଳକ କାର୍ଯ୍ୟକ୍ରମ ଗୁଡିକ ଉପରେ ଆଲୋକପାତ କରିଥିଲେ ଓ ଆଗାମି ଦିନରେ ରକ୍ତଦାନ ସହିତ ରେଡକ୍ରସ୍ର ସଦସ୍ୟ ବଢାଇବା ପାଇଁ କହିଥିଲେ ।

ଅନୁଷ୍ଠାନର ଯୁଗ୍ମ-ସମ୍ପାଦକ ଏସିପି ଲଳିତେନ୍ଦୁ ମହାନ୍ତି କରୋନା ସମୟରେ ରକ୍ତଦାନ ଶିବିର ଆୟୋଜନ କରି ଥାଲାସେମିଆ ଓ ସିକିଲସେଲ ଭଳି ରୋଗୀମାନଙ୍କୁ ପୋଲିସ କମିସନରେଟ ରେଡକ୍ରସ କିପରି ସହାୟତା ହୋଇଥିଲା ତାହା କହିଥିଲେ ।

ପୋଲିସ ରେଡକ୍ରସ୍ ପକ୍ଷରୁ ରକ୍ତବନ୍ଧୁ କାର୍ଯ୍ୟକ୍ରମ, ଶିତ ରାତିରେ କମ୍ବଳ, ସରକାରୀ ବିଦ୍ୟାଳୟକୁ ପ୍ରଥମିକ ଚିକିତ୍ସା ବକ୍ସ, ବସ୍ତିରେ େଓ÷ାଷଧ, କରୋନା ସମୟରେ ସାବୁନ, ମାକ୍ସ ଓ ବିସ୍କୁଟ ବିତରଣ ଭଳି ବହୁ ସେବା ମୂଳକ କାର୍ଯ୍ୟ ପାଇଁ ଅଧକ୍ଷ ତଥା ପୋଲିସ କମିସନରଙ୍କୁ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଦିଲ୍ଲୀପ ଦାଶଶର୍ମାଙ୍କୁ ସାଧୁବାଦ ଜଣାଇଁଥିଲେ । ଏହି ବୈଠକରେ କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ସୂର୍ଯ୍ୟମଣି ତ୍ରିପାଠୀ, ତାପସୀ ପ୍ରହରାଜ, କୃପାସିନ୍ଧୁ ସାହୁ, ରୁଷି ପଟ୍ଟନାୟକ, ମହିନ୍ଦ୍ର ସିଂ କାଲସି, ପ୍ରଦିପ ପଟ୍ଟନାୟକ ଓ ହେମନ୍ତ କୁମାର ଅଗ୍ରୱାଲା ଆଦି ବହୁ ସଦସ୍ୟ ଯୋଗଦେଇ ସେବା ମୂଳକ କାମ ପାଇଁ ନିଜ ନିଜର ବିଚାର ରଖିଥିଲେ । ଶେଷରେ ସମ୍ପାଦକ ତଥା ଡିସିପି ହେଡକ୍ୱାଟର ପ୍ରଦୁ୍ୟମ୍ନ କୁମାର ଜେନା ଧନ୍ୟବାଦ ପ୍ରଦାନ କରିଥିଲେ ।

ad-week
Leave A Reply

Your email address will not be published.