ରୁଷର ଅର୍ଥନୀତିକୁ ପୁଟିନ ନଷ୍ଟ କରିଦେଇଛନ୍ତି : ବାଇଡ଼େନ

add-all

ୱାଶିଂଟନ୍‌: ରୁଷକୁ ନାଲିଆଖି ଦେଖାଇଲା ଆମେରିକା। ଆହୁରି କଠୋର ହେଲା ୱାଶିଂଟନ୍‌। ରୁଷ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ଜୋରଦାର ବର୍ଷିଛନ୍ତି ଆମରିକା ରାଷ୍ଟ୍ରପତି ଜୋ ବାଇଡେନ୍। ୟୁକ୍ରେନ ଉପରେ ଆକ୍ରମଣର ଏକପାଖିଆ ନିଷ୍ପତି କରି ରୁଷର ଅର୍ଥନୀତିକୁ ପୁଟିନ ନଷ୍ଟ କରିଦେଇଥିବା କହିଛନ୍ତି ବାଇଡେନ୍।
ସାରା ବିଶ୍ୱରେ ରୁଷ କିଭଳି ଏକଘରିକିଆ ହୋଇଯାଇଛି ସେନେଇ ସୂଚନା ଦେଇଛନ୍ତି । ରୁଷ ବିରୋଧରେ ନିଆଯାଇଥିବା ସବୁ ପଦକ୍ଷେପ ବାବଦରେ ସୂଚନା ଦେବସହ ୟୁକ୍ରେନକୁ କିଭଳି ସହାୟତା କରାଯାଇ ପାରିବ ସେନେଇ ଦେଶବାସୀଙ୍କୁ କହିଛନ୍ତି ଆମେରିକା ରାଷ୍ଟ୍ରପତି। ଏଥିସହ ରୁଷ ବିରୋଧରେ ସେ କରିଛନ୍ତି ବଡ ଘୋଷଣା।
ଆମେରିକା ବାୟୁସୀମାରେ ପ୍ରବେଶ କରିପାରିବ ନାହିଁ ରୁଷିଆ ବିମାନ। ଏ ପର୍ଯ୍ୟନ୍ତ ଅନେକ ନାଟୋ ସଦସ୍ୟ ରାଷ୍ଟ୍ର ଏଭଳି ପଦକ୍ଷେପ ନେଇ ସାରିଛନ୍ତି। ରାଷ୍ଟ୍ରପତି ପୁଟିନଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ସାରାବିଶ୍ୱରେ ଏକଘରିକିଆ ହୋଇଯାଇଛି ମସ୍କୋ। ଇତିହାସରେ ଏହି ଯୁଦ୍ଧ ଏକ କଳାଦାଗ ହୋଇ ରହିବ। ୟୁକ୍ରେନ ବିରୋଧରେ ଯୁଦ୍ଧ କାରଣରୁ ରୁଷର ଅର୍ଥନୀତି ସଂପୂର୍ଣ୍ଣ ଭୁଷୁଡି ପଡିଛି। ଏଥିପାଇଁ ସଂପୂର୍ଣ୍ଣ ଭାବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ହିଁ ଦାୟୀ। ୟୁକ୍ରେନ୍‌ ସହ ଯୁଦ୍ଧ କରି ରୁଷ ବଡ ଭୁଲ୍‌ କରିଛି ବୋଲି କହିଛନ୍ତି ବାଇଡେନ୍‌।
ଯୁଦ୍ଧର ପରିଣାମ କଣ ହେବ, ତାକୁ ଆକଳନ କରିପାରିଲେ ନାହିଁ ରୁଷିଆ ରାଷ୍ଟ୍ରପତି। କାରଣ ୟୁକ୍ରେନରେ କେବଳ ସେନା ସହ ଲଢେଇ କରୁନାହିଁ ରୁଷ ବରଂ ସେଠାକାର ସାଧାରଣ ଲୋକଙ୍କ ସହ ଲଢେଇ ଚାଲିଛି। ଯଦିଓ ଆମେରିକା ସିଧାସଳଖ ଯୁଦ୍ଧରେ ସାମିଲ ହେବ ନାହିଁ । କିନ୍ତୁ ରୁଷ ବିରୋଧରେ ସବୁପ୍ରକାର କଟକଣା ଲଗାଇବାକୁ ନିଷ୍ପତି କରିସାରିଛି ଆମେରିକା ବୋଲି ସେ କହିଛନ୍ତି।
ପୁଟିନଙ୍କୁ କ୍ରୁର ରାଷ୍ଟ୍ରପତି ବୋଲି କହି ନାଟୋକୁ ନେଇ ବଡ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି। ନାଟୋ ସଦସ୍ୟ ରାଷ୍ଟ୍ରର ଇଞ୍ଚେ ମଧ୍ୟ ଜାଗା ଅକ୍ତିଆର କରିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ବାଇଡେନ୍। ୟୁକ୍ରେନ୍‌ ସେନାକୁ ଆର୍ଥିକ ସହ ମାନବୀୟ ସହାୟତା ମଧ୍ୟ ଯୋଗାଇବ ଆମେରିକା। ୟୁକ୍ରେନର ଲୋକମାନେ ସାହସ ଦେଖାଇଛନ୍ତି । ଆମେରିକା ୟୁକ୍ରେନର ଲୋକଙ୍କ ସହିତ ଛିଡା ହୋଇଛି। କେବଳ ଆମେରିକା ନୁହେଁ ବିଶ୍ୱର ଅନେକ ଦେଶ ୟୁକ୍ରେନ ସହିତ ଛିଡା ହୋଇଛନ୍ତି। ଏଭଳି ସଙ୍କଟଜନକ ସ୍ଥିତିରେ ଆମେରିକା ଏହାର ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ସହିତ ଦୃଢ଼ ଭାବେ ଛିଡା ହୋଇଛି। ରୁଷକୁ ଉଚିତ୍‌ ଶିକ୍ଷା ଦେବା ପାଇଁ ଏକାଠି କାମ କରୁଛନ୍ତି ୟୁରୋପୀୟ ସଂଘ। କରୋନା ସମୟରେ ସାରାବିଶ୍ୱର ଅର୍ଥ ବ୍ୟବସ୍ଥା ଦୁର୍ବଳ ହୋଇପଡିଛି। ଏଭଳି ସ୍ଥିତିରେ ସମସ୍ତେ ଏକାଠି ମିଶି କାମ କରିବା ଉଚିତ।
ଏହି ସମୟରେ ବାଇଡେନ ଘୋଷଣା କରିଥିଲେ ଯେ ଆମେରିକା ରୁଷକୁ ବାୟୁସେବା ବନ୍ଦ କରୁଛି। ସେ କହିଛନ୍ତି ଯେ ସମସ୍ତ ରୁଷର ବିମାନରେ ଆମେରିକାର ବାୟୁସେନା ବନ୍ଦ କରିବାରେ ଆମେ ଆମର ସହଯୋଗୀମାନଙ୍କ ସହ ସାମିଲ ଅଛୁ। ଆମେରିକା ୟୁକ୍ରେନକୁ ଏକ ବିଲିୟନ ଡଲାର ସହାୟତା ଦେବାକୁ ଯାଉଛି ବୋଲି ବାଇଡେନ ଘୋଷଣା କରିଛନ୍ତି। ବାଇଡେନ କହିଛନ୍ତି, ନାଟୋ ଦେଶର ସୁରକ୍ଷା ପାଇଁ ଆମେ ପ୍ରତିବଦ୍ଧ। ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ଆମେ ଯଥାସମ୍ଭବ ଉଦ୍ୟମ କରୁଛୁ। ତଥାପି ବାଇଡେନ ସ୍ପଷ୍ଟ କରିଛନ୍ତି ଯେ ଆମର ସୈନିକ ୟୁକ୍ରେନ-ରୁଷ ଯୁଦ୍ଧରେ ସାମିଲ ହେବେ ନାହିଁ ।

ad-week
Leave A Reply

Your email address will not be published.