ୟୁକ୍ରେନରେ ଗଲା ଆଉ ଜଣେ ଭାରତୀୟ ଛାତ୍ରଙ୍କ ଜୀବନ

add-all

କିଭ୍‌: ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ର ଆଜି ପ୍ରାଣ ହରାଇଛନ୍ତି। ତାଙ୍କର ମୃତ୍ୟୁ କୌଣସି ବୋମା କିମ୍ବା ମିସାଇଲ ମାଡ଼ରେ ହୋଇନାହିଁ, ବରଂ ସେ ଅସୁସ୍ଥ କାରଣରୁ ପ୍ରାଣ ହରାଇଥିବା ସୂଚନା ମିଳିଛି। ପ୍ରାଣ ହରାଇଥିବା ଭାରତୀୟ ଛାତ୍ରଙ୍କ ବୟସ ୨୨ ଓ ତାଙ୍କ ଘର ପଞ୍ଜାବର ବର୍ଣ୍ଣାନାଲାରେ। ସେ ୟୁକ୍ରେନରେ ରହି ଡାକ୍ତରୀ ପାଠ ପଢ଼ୁଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରାଣ ହରାଇଥିବା ଛାତ୍ରଙ୍କ ନାଁ ଚନ୍ଦନ ଜିନ୍ଦଲ। ସେ ୟୁକ୍ରେନର ଭିନ୍ନୟଟସିଆରେ ଦୀର୍ଘ ୪ ବର୍ଷ ହେଲା ପଢ଼ୁଥିଲେ। ଫେବୃଆରୀ ୨ରେ ସେ ଷ୍ଟ୍ରୋକର ସମ୍ମୁଖୀନ ହେବାରୁ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ବାପା ମା’ଙ୍କ ସହମତିକ୍ରମେ ସେଠାରେ ତାଙ୍କର ତୁରନ୍ତ ଅପରେସନ କରାଯାଇଥିଲା।
ପୁଅର ଅସୁସ୍ଥା ସମ୍ପର୍କରେ ଖବର ପାଇଁ ଫେବୃଆରୀ ୭ରେ ଚନ୍ଦନଙ୍କୁ ଦେଖିବାକୁ ଶିଶାନ କୁମାର ଓ କ୍ରିଷ୍ଣା କୁମାର ୟୁକ୍ରେନ ଯାଇଥିଲେ। ସୋମବାର କ୍ରିଷ୍ଣା କୁମାର ୟୁକ୍ରେନରୁ ପଞ୍ଜାବ ଆସିଥିଲେ। ଏବେ ଚନ୍ଦନ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ଖବର ମିଳିଛି। ଖବର ପାଇ ତାଙ୍କ ମା’ ଓ ଭଉଣୀ ପୂରା ଭାଙ୍ଗି ପଡ଼ିଛନ୍ତି।
ହଠାତ୍‌ ସେ ହୃଦଘାତର ଶିକାର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚନ୍ଦନ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି।
ସୂଚନାଯୋଗ୍ୟ, ଗତକାଲି ଖାରକିଭରେ ବୋମା ମାଡ଼ ଯୋଗୁ ଭାରତୀୟ ଛାତ୍ର ନବୀନ ଶେଖରପ୍ପା ପ୍ରାଣ ହରାଇଥିଲେ। ସେ ଖାଇବା ଆଣିବା ପାଇଁ ଛିଡ଼ା ହୋଇଥିବା ବେଳେ ହଠାତ୍‌ ରୁଷ ସୈନ୍ୟମାନେ ଆକାଶ ପଥରୁ ବୋମା ମାଡ଼ କରିଥିଲେ। ଏହି ବୋମା ମାଡ଼ରେ ନବୀନଙ୍କ ସହ ୧୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

ad-week
Leave A Reply

Your email address will not be published.