ଡ୍ରଗ୍ସ କେସ୍‌ ମାମଲା: ଏନ୍‌ସିବି କହିଲା ଆର୍ଯ୍ୟନଙ୍କୁ କ୍ଲିନ୍‌ଚିଟ୍‌ ଦେବା ମୁର୍ଖାମୀ

add-all

ମୁମ୍ବାଇ: ବଲିଉଡର କିଙ୍ଗଖାନ ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନ ଡ୍ରଗ୍ସ ମାମଲାରେ ଏକ ବଡ ଅପଡେଟ ସାମ୍ନାକୁ ଆସିଛି। ପୂର୍ବରୁ ଏହି ମାମଲାରେ ଏସ୍‌ଆଇଟିକୁ ଆର୍ଯ୍ୟନ ବିରୋଧରେ କୌଣସି ପ୍ରମାଣ ମିଳିନି। ଏଥିସହ ଡ୍ରଗ୍ସକୁ ନେଇ ଆର୍ଯ୍ୟନଙ୍କ ଇଣ୍ଟରନ୍ୟାସନାଲ ଲିଙ୍କ ଥିବା ନେଇ ମଧ୍ୟ କୌଣସି ସୂଚନା ମିଳିନି। କେବଳ ସେତିକି ନୁହେଁ ଆର୍ଯ୍ୟନଙ୍କ ଠାରୁ ଡ୍ରଗ୍ସ ମଧ୍ୟ ଜବତ ହୋଇନାହିଁ ବୋଲି ସୂଚନା ମିଳିଥିଲା। ଏବେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ।
କାର୍ଡିଲିଆ କ୍ରୁଜ ଡ୍ରଗ୍ସ ମାମଲାରେ ଆର୍ଯ୍ୟନଙ୍କ ବିରୋଧରେ କୌଣସି ପ୍ରମାଣ ନ ମିଳିବା ରିପୋର୍ଟକୁ ନେଇ ଏସ୍‌ଆଇଟି ମୁଖ୍ୟ ଏବଂ ଏନ୍‌ସିବି ଡିଡିଜି ସଞ୍ଜୟ ସିଂହ କହିଛନ୍ତି, ଆର୍ଯ୍ୟନଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ବୋଲି ଏବେ ଠାରୁ ତରବରିଆ ଭାବେ କିଛି କୁହାଯାଇନପାରେ। ତଦନ୍ତ ଜାରି ରହିଛି। ଏଯାଏଁ କୌଣସି ବୟାନ ରେକର୍ଡ ହୋଇନାହିଁ। ତେଣୁ ଚୁଡାନ୍ତ ନିଷ୍କର୍ସରେ ପହଞ୍ଚିବା ମୁର୍ଖାମୀ ହେବ।
ଡ୍ରଗ୍ସ କେସ୍‌ ମାମଲାର ତଦନ୍ତ କରୁଥିବା ଏନ୍‌ସିବି ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌(ଏସ୍‌ଆଇଟି)ର ସୂତ୍ର ମୁତାବକ, ଯାଞ୍ଚରୁ ଆର୍ଯ୍ୟନ୍‌ ଅନ୍ତର୍ଜାତୀୟ ସ୍ତରରେ ଡ୍ରଗ୍ସ କାରବାର କରୁଥିବା ନେଇ ଏଯାଏଁ ସିଧାସଳଖ ଏଭଳି କୌଣସି ପ୍ରମାଣ ମିଳିନି ବୋଲି ଦାବି କରାଯାଇଥିଲା। ଆର୍ଯ୍ୟନଙ୍କ ପାଖରୁ ଡ୍ରଗ୍ସ ମଧ୍ୟ ମିଳିନାହିଁ। ଏଭଳି ସ୍ଥିତିରେ କେବଳ ହ୍ୱାଟ୍‌ସଆପ୍‌ ଚାଟ୍‌ରୁ ଆର୍ଯ୍ୟନ୍‌ ଜଣେ ବଡ ଡ୍ରଗ୍ସ ସିଣ୍ଡିକେଟ୍‌ର ଅଂଶ ବୋଲି ପ୍ରମାଣିତ କରାଯାଇପାରିବ ନାହିଁ। ସୂତ୍ର ଅନୁଯାୟୀ ସ୍ପେଶାଲ ଟିମ୍‌ର ଏହି ମାମଲାରେ ଚାଲିଥିବା ତଦନ୍ତ ଶେଷ ହୋଇନାହିଁ। ଆହୁରି କିଛି ମାସି ଲାଗିପାରେ। ଏହାପରେ ଏନ୍‌ସିବି ଡିଜିଙ୍କୁ ଫାଇନାଲ ରିପୋର୍ଟ ଦିଆଯିବ।

ସୂଚନା ମୁତାବକ, ଗତବର୍ଷ ଅକ୍ଟୋବର ୨ ତାରିଖ ରାତିରେ କ୍ରୁଜ ଉପରେ ଏନ୍‌ସିବି ଚଢ଼ାଉ କରି ଅର୍ଯ୍ୟନ ଖାନ୍‌ଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରିଥିଲା। ଆର୍ଯ୍ୟନଙ୍କ ସମେତ ତାଙ୍କ ବନ୍ଧୁ ଅରବାଜ ମର୍ଚ୍ଚାଣ୍ଟ, ମୁନମୁନ ଧମେଚାଙ୍କ ସମେତ ୨୦ରୁ ଅଧିକ ଲୋକଙ୍କୁ ଗିରଫ କରିଥିଲା ଏନ୍‌ସିବି। ଏହି ମାମଲାରେ ଆର୍ଯ୍ୟନ ୨୮ ଦିନ ଯାଏଁ ମୁମ୍ବାର ଆର୍ଥର ରୋଡ୍‌ ଜେଲ୍‌ରେ ରହିବା ପରେ ତାଙ୍କୁ ଜାମିନ ମିଳିଥିଲା।

ad-week
Leave A Reply

Your email address will not be published.